ଅଭିଷେକ ବାନାର୍ଜୀ ଟିଏମ୍‌ସିର ମହାସଚିବ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀ ଶନିବାର ଦଳରେ କେତେକ ସାଂଗଠନିକ ପରିବର୍ତ୍ତନ କରିଛନ୍ତି। ମମତାଙ୍କ ପୁତୁରା ତଥା ଡାଏମଣ୍ଡ ହାର୍ବର ଆସନରୁ ଲୋକସଭାକୁ ପ୍ରତିନିଧିତ୍ୱ କରୁଥିବା ଅଭିଷେକ ବାନାର୍ଜୀଙ୍କୁ ଦଳର ମହାସଚିବ ନିଯୁକ୍ତ କରାଯାଇଛି। ଦଳରେ ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ନୀତି ଅବଲମ୍ବନ କରାଯାଇଥିବା କୁହାଯାଇଛି।