ଫାଇଜର ଓ ମୋଡର୍ଣ୍ଣା ଭ୍ୟାକ୍ସିନ ଭାରତ ଆସିବାର ରାସ୍ତା ଫିଟିଲା

ନୂଆଦିଲ୍ଲୀ: ଫାଇଜର ଓ ମୋଡର୍ଣ୍ଣା ଭଳି ବିଦେଶୀ କମ୍ପାନୀର ଭାରତ ଆସିବା ରାସ୍ତା ସଫା ହୋଇଯାଇଛି। ୨ଟି ଭ୍ୟାକ୍ସିନକୁ ସ୍ଥାନୀୟ ଟ୍ରାଏଲର ଆବଶ୍ୟକତା ପଡ଼ିବ ନାହିଁ। ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିଜିସିଆଇ) ଫାଇଜର ଓ ମୋଡର୍ଣ୍ଣା ଭଳି ବିଦେଶୀ ଭ୍ୟାକ୍ସିନ ଉପରେ ଅଲଗା ଟ୍ରାଏଲ କରାଇବାର ସର୍ତ୍ତ ହଟାଇ ଦେଇଛନ୍ତି। ଏହାର ଅର୍ଥ କୌଣସି ବିଦେଶୀ ଭ୍ୟାକ୍ସିନକୁ ଯଦି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିମ୍ବା ଏଫଡିଏଠାରୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଥାଏ ତା’ହେଲେ ଭାରତରେ ଆଉ ଟ୍ରାଏଲ କରିବାକୁ ପଡ଼ିବନି।

ଡିସିଜିଆଇ ମୁଖ୍ୟ ବୀଜୀ ସୋମାନୀ କହିଛନ୍ତି ଯେ, ଭାରତରେ କୋଭିଡ ମାମଲାର ବୃଦ୍ଧି ଓ ଟିକାର ଉପଲବ୍ଧତାକୁ ବଢ଼ାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।