ପାଟଣାଗଡ଼,ଏନ୍ଏନ୍ଏସ୍: ଝୁଲେନବର ଗ୍ରାମ ନିକଟରେ ଏକ ଆମ୍ବୁଲାନ୍ସ ଗଛରେ ପିଟି ହେବା ଯୋଗୁ ଘଟଣାସ୍ଥଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ମିଳିଥିବା ରିପୋର୍ଟ ମୁତାବିକ, ବୁର୍ଲାରୁ ତୁରେକେଲା ଥାନା ଅନ୍ତର୍ଗତ ଲର୍କି ଗ୍ରାମକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ହୋଇଥିବା ଜଣାଯାଇଛି। ଦୁର୍ଘଟଣା ପରେ ଆମ୍ବୁଲାନ୍ସ ଚାଳକ ଫେରାର ଥିବା ଜଣାପଡ଼ିଛିି। ଖବର ପାଇ ପାଟଣାଗଡ଼ ପୁଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି। ଲର୍କି ଗ୍ରାମର ମୃତ ବିପିନ ସେଠ ତାଙ୍କ ସ୍ତ୍ରୀର ଚିକିତ୍ସା ପାଇ ବୁର୍ଲାକୁ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ସ୍ତ୍ରୀର ମୃତ୍ୟୁ ହେବା ପରେ ଶବକୁ ଧରି ନିଜ ଗ୍ରାମକୁ ଯାଉଥିବା ସମୟରେ ଗାଡ଼ି ଦୁର୍ଘଟଣା ହେବା ଯୋଗୁ ବିପିନ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ।