ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକର ଅଧ୍ୟକ୍ଷତା କରିବେ ଏସ ଜୟଶଙ୍କର

ନୂଆଦିଲ୍ଲୀ,ଏଜେନ୍ସି: ବ୍ରିକ୍ସ ଦେଶର ବୈଦେଶିକ ମନ୍ତ୍ରୀମାନଙ୍କ ମଧ୍ୟରେ ହେବାକୁ ଯାଉଛି ବୈଠକ। ଏହି ବୈଠକର ଅଧ୍ୟକ୍ଷତା କରିବେ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର। ଏଥିରେ ମହାମାରୀ କରୋନା, ବୈଷୟିକ ଓ କ୍ଷତ୍ରୀୟ ସମସ୍ୟା ଏବ ଆତଙ୍କବାଦ ମୁକାବିଲା ଉପରେ ଆଲୋଚନା ହେବ।

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇ କୁହାଯାଇଛି ଯେ ବର୍ତ୍ତମାନ ବ୍ରିକ୍ସ ଅଧ୍ୟକ୍ଷ ଭାବରେ ୧ ଜୁନ ୨୦୨୧ରେ ବୈଦେଶିକ ମାମଲା ଓ ଅନ୍ତରାଷ୍ଟ୍ରୀୟ ସମ୍ବନ୍ଧୀୟ ମନ୍ତ୍ରୀଙ୍କ ଏକ ବୈଠକ ଡକାଯାଇଛି। ଏହି ବୈଠକରେ ବ୍ରାଜିଲ ବୈଦେଶିକ ମନ୍ତ୍ରୀ କାଲୋସ ଆଲବର୍ଟ ଫ୍ରେଙ୍କୋଫ୍ରାଙ୍କା, ଋଷ ବୈଦେଶିକ ମନ୍ତ୍ରୀ ସର୍ଗଇ ଲାଭଲୋଭ, ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଓ ଦକ୍ଷିଣ ଆଫ୍ରିକା ବୈଦେଶିକ ମନ୍ତ୍ରୀ ଗ୍ରେସ ନଲେଦୀ ମଣ୍ଡିସା ପଣ୍ଡୋରଙ୍କ ଭାଗ ନେବାର ସମ୍ଭାବନା ରହିଛି। ମନ୍ତ୍ରଣାଳୟ ପକ୍ଷରୁ ଜାରି ବୟାନ ଅନୁଯାୟୀ ବୈଦେଶିକ ମନ୍ତ୍ରୀଙ୍କ ଠାରୁ ଅପେକ୍ଷା କରାଯାଉଛି ଯେ ସେମାନେ କରୋନା ମହାମାରୀର ସ୍ଥିତି ଉପରେ ନିଜ ବିଚାରର ଆଦାନ ପ୍ରଦାନ କରିବେ। ବିଭିନ୍ନ ଚ୍ୟାଲେଞ୍ଜକୁ ପ୍ରଭାବୀ ଢଙ୍ଗରେ ସମ୍ବୋଧିତ କରିବା ଓ ଏଗୁଡିକୁ ସମକାଳୀନ ବାସ୍ତବିକତା ଅନୁକୂଳ କରିବାର ଆବଶ୍ୟକତା ରହିଛି।