Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
୨୪ ଘଣ୍ଟାରେ ଆଉ ୮,୭୩୫ କରୋନା ପଜିଟିଭ ଚିହ୍ନଟ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

୨୪ ଘଣ୍ଟାରେ ଆଉ ୮,୭୩୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୮,୭୩୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪,୮୯୨ଜଣ ଓ ସ୍ଥାନୀୟ ସଂକ୍ରମଣ ୩,୮୪୩ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୭୩ହଜାର ୭୩୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨, କଟକରୁ ୬୭୩, ବାଲେଶ୍ୱରରୁ ୫୬୬, ଯାଜପୁରରୁ ୫୦୭, ଢେଙ୍କାନାଳରୁ ୫୦୩, ପୁରୀରୁ ୪୬୭, ଅନୁଗୁଳରୁ ୪୫୬, କେନ୍ଦ୍ରାପଡ଼ାରୁ ୩୮୭, ଜଗତସିଂହପୁରରୁ ୩୮୨, ମୟୁରଭଞ୍ଜରୁ ୩୪୨, ନୟାଗଡ଼ରୁ ୨୮୫, ନବରଙ୍ଗପୁରରୁ ୨୬୪, କୋରାପୁଟରୁ ୨୫୫, ସୁନ୍ଦରଗଡ଼ରୁ ୨୪୪, ଷ୍ଟେଟପୋଲରୁ ୨୨୦, ବରଗଡ଼ରୁ ୧୯୩, କେଉଁଝରରୁ ୧୭୯, କଳାହାଣ୍ଡି ଓ ସମ୍ବଲପୁରରୁ ୧୭୭ ଲେଖାଏଁ, ଝାରସୁଗୁଡ଼ାରୁ ୧୫୭, ସୋନପୁର ଓ ଗଞ୍ଜାମରୁ ୧୫୬ ଲେଖାଏଁ, ଭଦ୍ରକରୁ ୧୪୭, ବୌଦ୍ଧରୁ ୧୩୭, ମାଲକାନଗିରିରୁ ୯୬, ରାୟଗଡ଼ାରୁ ୯୦, ଗଜପତିରୁ ୮୦, କନ୍ଧମାଳରୁ ୬୫, ବରଗଡ଼ରୁ ୬୩, ନୂଆପଡ଼ାରୁ ୪୦, ବଲାଙ୍ଗିର ଜିଲ୍ଲାରୁ ୪୯ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ଲକ୍ଷ ୭୩ହଜାର ୭୩୨ ହୋଇଥିବାବେଳେ ୬ଲକ୍ଷ ୮୦ହଜାର ୯୩୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୭୯୧ଜଣଙ୍କର ମୃତ୍ୟୁ ଘଟିଛି ଓ ୮୯ହଜାର ୯୫୬ଜଣ ଚିକିତ୍ସିତ ହେଉଛନ୍ତି।