ଗୋଆରେ ଲକଡାଉନ ଅବଧି ଜୁନ ୭କୁ ବୃଦ୍ଧି

ପାଣାଜି,ଏଜେନ୍ସି: ଦେଶରେ କରୋନାକୁ ନେଇ ଲକଡାଉନ ସଟଡାଉନ କଟକଣା ଜାରି ରହିଛି। ଏହି ମଧ୍ୟରେ ଗୋଆରେ ପୁଣି ଲକଡାଉନ ଅବଧିକୁ ଜୁନ ୭ ତାରିଖକୁ ବୃଦ୍ଧି କରାଯାଇଛି। ଏନେଇ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଟୁଇଟ କରି ସୂଚନା ଦେଇଛନ୍ତି। ଟୁଇଟ କରି କହିଛନ୍ତି କି ବର୍ତ୍ତମାନ ରାଜ୍ୟରେ ଲକଡାଉନ କଟକଣା ଜୁନ୍ ୭ ତାରିଖ ସକାଳ ୭ଟା ପର୍ଯ୍ୟନ୍ତ ବଢ଼ାଯାଇଛି।

ସୂଚନା ଅନୁସାରେ ଗୋଆରେ ମେ’ ୩୧ ତାରିଖରେ ଲକଡାଉନ ଅବଧି ଶେଷ ହେଉଥିଲା। କୋଭିଡ ସଂକ୍ରମଣ ଭୟକୁ ନଜରରେ ରଖି ଗୋଆ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।