ନୂଆଦିଲ୍ଲୀ,ଏଜେନ୍ସି: ଦୀର୍ଘ ୭ ମାସ ପରେ ଆଜି ଜିଏସଟି କାଉଁସିଲ ବୈଠକ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଏକ ବିନା ବିଜେପି ଶାସିତ ରାଜ୍ୟର ଅର୍ଥମନ୍ତ୍ରୀ କିଛି ପ୍ରସଙ୍ଗ ଉଠାଇଛନ୍ତି। ସେ କୋଭିଡ-୧୯ର ଚିକିତ୍ସା, ଟେଷ୍ଟିଂ ଓ ଟିକା ଉପରୁ ଜିଏସଟି ଛାଡ଼ କରିବାକୁ ଦାବି କରିଛନ୍ତି। ଏଥିସହ ମେଡ଼ିକାଲ ଅକ୍ସିଜେନ, ଅକ୍ସିଜେନ କନସନଟ୍ରେଟର୍ସ ଓ ଅକ୍ସିମିଟରରେ ଦିଆଯାଇଥିବା ଟିକସ ଛାଡ ସୀମାକୁ ୩୧ ମାର୍ଚ୍ଚକୁ ବୃଦ୍ଧି କରାଯାଇଛି।
ବୈଠକରେ ସେ କହିଛନ୍ତି କି ସ୍ୱାସ୍ଥ୍ୟମନ୍ତ୍ରାଳୟ ଦ୍ୱାରା ଜାରି କରାଯାଇଥିବା ବିଜ୍ଞାପନ ଅନୁସାରେ କୋଭିଡ ଚିକିତ୍ସାରେ ବ୍ୟବହାର ହେଉଥିବା ସମସ୍ତ ଜରୁରୀ ଔଷଧ ଉପରୁ ଜିଏସଟି ଛାଡ କରିବା ସହିତ ଅନ୍ୟ ଔଷଧ ଉପରେ ଟିକସର କିଛି ପ୍ରତିଶତ ଛାଡ କରିବା ନେଇ ବିଚାର କରିବାକୁ କହିଛନ୍ତି।