ମେ’ ୩୧ରୁ ଦିଲ୍ଲୀରେ ଆରମ୍ଭ ହେବ ଅନଲକ୍ ପ୍ରକ୍ରିୟା

ନୂଆଦିଲ୍ଲୀ: ଦିଲ୍ଲୀରେ ମେ’ ୩୧ ତାରିଖଠାରୁ ଅନଲକ୍ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ଡିଡିଏମଏର ବୈଠକରେ ଦିଲ୍ଲୀରେ ଚରଣବଦ୍ଧ ଉପାୟରେ ଲକଡାଉନ ଖୋଲିବା ଉପରେ ଚର୍ଚ୍ଚା ହୋଇଥିଲା ଯାହା ପରେ ଏହି ପଦକ୍ଷେପ ନିଆଯାଇଛି। ଫଳରେ ସ୍ୱୀକୃତିପ୍ରାପ୍ତ ଇଣ୍ଡଷ୍ଟ୍ରିଆଲ ଏରିୟାରେ ମେନ୍ୟୁଫେକଚରିଂ ଓ ପ୍ରଡୋକ୍ସନ ୟୁନିଟ ଚଲାଯିବ। ଯେଉଁ କନଷ୍ଟ୍ରୋକ୍ସନ ସାଇଟରେ ଶ୍ରମିକ ବାଉଣ୍ଡ୍ରୀ ମଧ୍ୟରେ କାମ କରୁଛନ୍ତି ସେଠାରେ ନିର୍ମାଣ କାର୍ଯ୍ୟକୁ ଅନୁମତି ଦିଆଯିବ। କିନ୍ତୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ଗାଇଡଲାଇନକୁ ଅବମାନନା କଲେ କାମ ବନ୍ଦ କରିଦିଆଯିବ ବୋଲି ଜଣାପଡ଼ିଛି।

ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଜନତାଙ୍କ ପ୍ରସ୍ତାବ ଓ ବିଶେଷଜ୍ଞଙ୍କ ମତାମତ ଆଧାରରେ ଆମେ ଧୀରେ ଧୀରେ ଲକଡାଉନ ଖୋଲିବା ପ୍ରକ୍ରିୟା ଜାରି ରଖିବୁ। ହେଲେ ଯେପରି କରୋନା ମାମଲା ଅଧିକ ନ ବଢ଼େ ସେଥିପ୍ରତି ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ଆଉ ମାମଲା ଯଦି ଅଧିôକ ବଢ଼େ ତେବେ ଆମକୁ ପୁଣିଥରେ ଏହି ପ୍ରକ୍ରିୟାକୁ ରୋକିବାକୁ ପଡ଼ିବ।