କୋରାପୁଟ,ଏନ୍ଏନ୍ଏସ୍: ଜୟପୁର ସଦର ଥାନା ପୁଲିସ ଏକ ଚୋରି ମାମଲାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଆଉ ଅଭିଯୁକ୍ତଙ୍କ ନିକଟରୁ ଗୋଟିଏ ଏଲଇଡି ଟେଲିଭିଜନ୍ ଓ ସେଟଅପ୍ ବକ୍ସ ଜବତ କରିଛି। ଜୟପୁର ସଦର ଥାନା ଅଧୀନ ବାଙ୍କବିଜା ସାହିର ତାଙ୍କ ସମ୍ପର୍କୀୟଙ୍କ ଘରୁ କେହି ଦୁର୍ବୁତ ଏକ ଏଲଇଡି ଟେଲିଭିଜନ ଓ ସେଟଅପ୍ ବକ୍ସ ଚୋରି କରି ନେଇଥିବା ଜୟପୁର ସହରରେ ରହୁଥିବା ଅରୁଣ କୁମାର ଖଡ଼ଗରାୟ ୨୬ ତାରିଖରେ ସଦର ଥାନାରେ ଅଭିଯୋଗ କରିଥିଲେ। ସଦର ପୁଲିସ ଧାରା ୪୫୭ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। କୌଣସି ସୂତ୍ରରୁ ଖବର ପାଇ ପୁଲିସ୍ ଉପରୋକ୍ତ ୨ ଜଣଙ୍କୁ ଗିରଫ କରିବା ସହ ଚୋରି ହୋଇଥିବା ଏଲଇଡି ଓ ସେଟଅପ୍ ବକ୍ସ ଜବତ କରିଥିଲା। ଗିରଫ ଦୁଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।