ନେତା ଓ ପ୍ରଶାସକଙ୍କ ସମନ୍ୱୟ ରହିଲେ ବିକାଶ ସମ୍ଭବ

ବଲାଂଗୀର,ଏନଏନଏସ- ଶାସକ ଓ ପ୍ରଶାସକ ମଧ୍ୟରେ ସମନ୍ବୟ ରହିଲେ ବିକାଶ ସମ୍ଭବ । ତେବେ ଜନସାଧାରଣ ମଧ୍ୟ ଚାପ ପ୍ରୟୋଗ କରି ପ୍ରଶ୍ନ ପଚାରିବା ଉଚିତ ବୋଲି ସ୍ଥାନୀୟ ସାଂବାଦିକ ଭବନଠାରେ ଜିଲ୍ଲା ସାଂବାଦିକ ସଂଘ ଦ୍ବାରା ଅନୁଷ୍ଠିତ ଆଲୋଚନା ଚକ୍ର ପଛୁଆ ଅଂଚଳ ପାଇଁ ଦାୟୀ – ଶାସକ ନା ପ୍ରଶାସକ ? ଶୀର୍ଷକ ଉପରେ ମତ ରଖିଛନ୍ତି । ଓଡିଶାରେ ସବୁ କିଛି ଥାଇ ମଧ୍ୟ ଆମେ ପଛୁଆ । ବିକାଶ ପାଇଁ ଶାସକ ରାଜନୌତିକ ଇଛାଶକ୍ତିର ଆବଷ୍ୟକ ରହିଛି । ପ୍ରଶାସକ ମଧ୍ୟ ନିଜର ସୀମିତ ପରିଧି ଭତରେ ରହି ନିଷ୍ଠାପର ଭାବେ କାମ କଲେ ଅନେକ କିଛି ପରିବର୍ତ୍ତନ ହୋଇପାରିବ ବୋଲି ଶ୍ରୀମତୀ ସଡଙ୍ଗୀ କହିଥିଲେ । ଏଥିରେ ସଂଙ୍ଗ ସଭାପତି ହରିନାରାୟଣ ପୂଝାରୀ ସଭାପତିତ୍ବ କରିଥିବା ବେଳେ ମନୋରିଜନ ଯୋଷୀ ସଂଯୋଜନା କରିଥିଲେ । ସମ୍ପାଦକ ବଳରାମ ମିଶ୍ର ମଂଚାସୀନ ଥିଲେ ।