ତୁରୁମୁଙ୍ଗା-ବୈତରଣୀ ପୋଲ ଉପରେ ୬ ଫୁଟର ପାଣି

ପାଟଣା,ଏନ୍ଏନ୍ଏସ୍: ବାତ୍ୟା ୟାସ ପ୍ରଭାବରେ କେନ୍ଦୁଝର ଜିଲ୍ଲାରେ ୩ ଦିନ ହେବ ତୁହାକୁ ତୁହା ବର୍ଷା ଲାଗିରହିଛି। ଫଳରେ ୪୯ ନମ୍ବର ଜାତୀୟ ରାଜପଥ ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟର ବନ୍ୟାଜଳ ପ୍ରବାହିତ ହୋଉଛି। ବିଳମ୍ବିତ ରାତି ୩ ଟାରୁ ବୈତରଣୀ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ କେନ୍ଦୁଝର ଠାରୁ ଜଶିପୁର, ବାରିପଦା, କୋଲକାତାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ଉଭୟ ପାର୍ଶ୍ୱ ରେ ଶହଶହ ଗାଡି ମୋଟର ଅଟକି ରହିଛି। ସେପଟେ ପାଟଣା ଢେଙ୍କିକୋଟ ରାସ୍ତାର ସ୍ୱାମ ନାଳର ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବାରୁ ପାଟଣା ଢେଙ୍କିକୋଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ବାତ୍ୟା ୟାସ ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଅନେକ କଚ୍ଚା ଘର ଭାଙ୍ଗିଯାଇଥିବା ସୂଚନା ମିଳିଛି।