ନୂଆଦିଲ୍ଲୀ: ଦେଶର ଅନେକ ରାଜ୍ୟ କରୋନାର ଦ୍ୱିତୀୟ ଲହରୀ ସହ ଲଢ଼ୁଥିବାବେଳେ ଭାରତରେ ତୃତୀୟ ଲହରୀ ଆସିବା ସୁନିଶ୍ଚିତ ବୋଲି ଅନେକ ବୈଜ୍ଞାନିକ ଦାବି କରିଛନ୍ତି। ଆଉ ଏହାର ସବୁଠୁ ଅଧିକ ପ୍ରଭାବ ପିଲାଙ୍କ ଉପରେ ପଡ଼ିବ ବୋଲି ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଅନେକ ରାଜ୍ୟ ଏବେଠୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ରାଜ୍ୟ ହସ୍ପିଟାଲରେ ପିଲାଙ୍କ ପାଇଁ ହସ୍ପିଟାଲରେ ଶଯ୍ୟା ସଂଖ୍ୟା ବଢ଼ାଇ ଦିଆଯାଇଛି।
ଅନେକ ରାଜ୍ୟ ପିଲାଙ୍କ ପାଇଁ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି। ପିଲାଙ୍କ ଟେଷ୍ଟିଂ ଉପରେ ଅଧିକ ଧ୍ୟାନ ଦେବା ଲାଗି ଲାବରୋଟୋରୀ ସଂଖ୍ୟା ବଢ଼ାଯାଇଛି। ହସ୍ପିଟାଲରେ ପିଲାଙ୍କ କୋଭିଡ କେୟାର ଲାଗି ଅଲଗା ବ୍ୟବସ୍ଥା ମଧ୍ୟ କରାଯାଇଛି।
ସୂଚନାଯୋଗ୍ୟ, ୧୨ ବର୍ଷରୁ କମ୍ ପିଲାଙ୍କ ପିତା-ମାତାଙ୍କୁ ଭ୍ୟାକ୍ସିନ ଲଗାଇବାରେ ପ୍ରାଥମିକତା ପ୍ରଦାନ କରାଯାଉ ବୋଲି ଉତ୍ତରପ୍ରଦେଶ ସରକାର ଘୋଷଣା କରିଛନ୍ତି। ସ୍ତନ୍ୟପାନ କରାଉଥିବା ମା’ମାନଙ୍କୁ ମଧ୍ୟ ଭ୍ୟାକ୍ସିନ ଲଗାଯିବାରେ ଗୋଆ ପ୍ରାଥମିକତା ପ୍ରଦାନ କରିଛି। ଯାହାଙ୍କ ପିଲା ୨ ବର୍ଷରୁ କମ୍ ସେମାନଙ୍କୁ ମଧ୍ୟ ପ୍ରଥମେ ଭ୍ୟାକ୍ସିନ ଦିଆଯାଉଛି।