ଦୁର୍ବୃତଙ୍କ ଗୁଳିମାଡ଼ରେ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା, ଏନ୍ଏନ୍ଏସ୍ : ପୁଣି ଫୁଟିଲା ଗୁଳି। ଦୁର୍ବୃତଙ୍କ ଗୁଳିମାଡ଼ରେ ଜଣେ ଔଷଧ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି। ଘଟଣାଟି ଘଟିଛି, କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଂଚଳର ହାତୀଆଠାରେ। ମୃତକଙ୍କ ନାଁ ଗଗନ ସାହୁ। ତାଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ମଣିକୁଣ୍ଡାରରେ।
ସୂଚନା ଅନୁଯାୟୀ ,ବୁଧବାର ସକାଳେ ସମୟ ପ୍ରାୟ ୮ଟା, ଗଗନ ବାଇକରେ କୌଣସି କାମରେ ମଣିକୁଣ୍ଡାରୁ କେନ୍ଦ୍ରାପଡ଼ା ଯାଉଥିଲେ। ଠିକ ଏହି ସମୟରେ ଦୁର୍ବୃତମାନେ ବାଇକରେ ତାଙ୍କର ପିଛା କରିଥିଲେ। କିଛି ବାଟ ଯିବା ପରେ ଏକ ନିଛାଟିଆ ସ୍ଥାନ ଦେଖି ଗଗନଙ୍କ ଉପରକୁ ଗୁଳି ଚଳାଇ ଘଟଣାସ୍ଥରୁ ଫେରାର ହୋଇଯାଇଥିଲେ। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଗଗନଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଆସିଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ହତ୍ୟା କାଣ୍ଡ ପଛରେ ତିନୋଟି କାରଣ ଥାଇପାରେ ବୋଲି ଅନୁମାନ କରାଯାଉଛି।
ପ୍ରଥମଟି, ଗତ ଗଣେଶ ପୂଜା ଭଷାଣି ସମୟରେ ଗାଁ ର କିଛି ଯୁବକଙ୍କ ସହିତ ପାଟିତୁଣ୍ଡ ହୋଇଥିଲା, ଦ୍ୱତୀୟଟି, ଯେହେତୁ ସେ ଔଷଧ ବ୍ୟବସାୟ କରନ୍ତି କୋରେକ୍ସ ବ୍ୟବସାୟକୁ ନେଇ ହୋଇଥିବା ଅନୁମାନ କରାଯାଉଛି, ତୃତୀୟଟି ହେଲା ଗ୍ୟାଙ୍ଗଷ୍ଟାର ଭାବେ ଦାଦା ବଟି ଆଦାୟ କରୁଥିବାରୁ ଏହି ହତ୍ୟାକାଣ୍ଡ ହୋଇଥାଏ ପାରେ ବୋଲି ଅନୁମାନ କରାଯାଉଛି।
ହେଲେ ଗଗନ ଉପରକୁ କିଏ ଓ କାହିଁକି ଗୁଳି ଚଳାଇଲା ତାହା ବର୍ତମାନ ସୁଦ୍ଧା ମଧ୍ୟ ଜଣାପଡ଼ି ନାହିଁ। ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରୁଛି। ଏନେଇ ପରିବାରରେ ଶୋକର ଛାୟା ଖେଳିଯାଇଛି।