ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟସ୍ଥିତ ବଜାରରେ ଶୁକ୍ରବାର କେତେକ ଦୋକାନୀ କୋଭିଡ ନିୟମ ଉଲ୍ଲଙ୍ଘନ କରି ଦୋକାନ ଖୋଲିଥିଲେ। ଖବରପାଇ ତହସିଲଦାର ତାପସ ରଞ୍ଜନ ଦେହୁରୀ, ବିଡିଓ ଈଶ୍ୱର ଚନ୍ଦ୍ର ନାୟକ ଓ ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁ ପହଞ୍ଚି ପାଟଣାରେ ଥିବା ବିଦେଶୀ ମଦ କାଉଣ୍ଟରରୁ ୫ ହଜାର ଟଙ୍କା ସହ ସାହୁ ଭେରାଇଟି ଷ୍ଟୋରରୁ ୫ଶହ ଓ ଏକ ଡ୍ରେସ ହାଉସରୁ ୫ଶହ ଟଙ୍କାର ଜୋରିମାନା ଆଦାୟ କରିଛନ୍ତି।
ସୂଚନାନୁସାରେ, ବର୍ତ୍ତମାନ କୋଭିଡ ପାଇଁ ଅନଲାଇନରେ ମଦ ବିକ୍ରି କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଥିବାବେଳେ ପାଟଣା ବଜାର ଉପରେ ଥିବା ବିଦେଶୀ ମଦ ଦୋକାନ ଖୁଲମ ଖୁଲା ମଦ ବିକ୍ରି କରୁଥିବାରୁ ଚଢ଼ଉ କରି ଜୋରିମାନା ଆଦାୟ କରାଯାଇଛି।