ବାତ୍ୟା ତଉକତେର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଚ୍ଚସ୍ତରୀୟ ବୈଠକ

ନୂଆଦିଲ୍ଲୀ,ଏଜେନ୍ସି: ବାତ୍ୟା ତଉକତେର ମୁକାବିଲା ସମ୍ବନ୍ଧରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ। ଏଥିରେ ସେ ବାତ୍ୟା ପ୍ରଭାବିତ ରାଜ୍ୟ ଓ କେନ୍ଦ୍ର ମନ୍ତ୍ରାଳୟର ବାତ୍ୟା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଜାତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ବାତ୍ୟାର ରୂପ ନେବା ସହ ଏହା ୧୭ ତାରିଖରେ ଗୁଜୁରାଟର ତଟକୁ ଛୁଇଁବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତା ମେ’ ୧୬-୧୯ ତାରିଖରେ ଏହାର ପ୍ରଭାବ ଦେଖାଦେବା ସହିତ ୧୫୦-୧୬୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ପବନ ବହିବ।