ବର୍ଷାଜଳ ସଂରକ୍ଷଣ ପାଇଁ “ମୁକ୍ତା’ ଯୋଜନାର ଶୁଭାରମ୍ଭ

ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲାରେ ସମ୍ଭାବ୍ୟ ଜଳ ସଙ୍କଟର ସ୍ଥାୟୀ ସମାଧାନ ପାଇଁ ଦେବଗଡ଼ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ବର୍ଷା ଜଳ ସଂରକ୍ଷଣକୁ ଗୁରତ୍ୱ ଦେଇ  ମିଶନ ଶକ୍ତି ସଦସ୍ୟକ୍ଷଙ୍କ ସହାୟତାରେ ଅନନ୍ୟ ପ୍ରୟାସ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦେବଗଡ଼ ପୌରପରିଷଦ ନିର୍ବାହୀ ଅଧିକାରୀ ଆତସୀ ପରିଡାଙ୍କ ତତ୍ତ୍ୱାବଧାନରେ ପୌରାଞ୍ଚଳରେ ପୌରପରିଷଦ ଅଧୀନସ୍ଥ କଲ୍ୟାଣମଣ୍ଡପ, ଟାଉନହଲ, ସହରାଞ୍ଚଳ ନିରାଶ୍ରୟ ଆଶ୍ରୟସ୍ଥଳ ଓ ଶିଶୁ ଉଦ୍ୟାନ ପରିସରରେରେ ରାଜ୍ୟ ସରକାରଙ୍କ “ମୁକ୍ତା’ରେ ବର୍ଷାଜଳ ସଂରକ୍ଷଣ ପାଇଁ କୁଣ୍ଡ ନିର୍ମାଣ କରାଯାଉଥିବା ବେଳେ ଚଳିତ ମେ ମାସ ଶେଷ ସୁଦ୍ଧା ପୌରାଞ୍ଚଳର ୧୧ଟି ୱାର୍ଡ ରେ ଚିହ୍ନଟ ୧୧୪ଟି ସ୍ଥାନରେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହା ଫଳରେ ଭୂତଳ ଜଳସ୍ଥର ବୃଦ୍ଧି ହେବାସହ ଜଳ ସଙ୍କଟକୁ ନିୟନ୍ତ୍ରଣ କରାଯାଇ ପାରିବ ।  ଆଜି କଲ୍ୟାଣ ମଣ୍ଡପଠାରେ ଏହାର ଶୁଭାରମ୍ଭ ହୋଇଛି। ଏହି କାର୍ଯ୍ୟ ସମ୍ପାଦନ ପାଇଁ ପୌରାଞ୍ଚଳର ୩୦ରୁ ଉଦ୍ଧ୍ୱର୍ ମିଶନ ଶକ୍ତି ଦଳର ସଦସ୍ୟାଙ୍କ ସହାୟତାରେ ଏହି କାର୍ଯ୍ୟ ସମ୍ପାଦନ କରାଯିବ ବୋଲି ଜଣା ପଡିଛି। ସେହିପରି କାର୍ଯ୍ୟ ତଦାରଖ ପାଇଁ ପୌରପରିଷଦର ସିଏମଏମ ଅଭିଷେକ ମିଶ୍ର, ସହକାରୀ ଯନ୍ତ୍ରୀ ସରସ୍ୱତୀ ମହାନନ୍ଦ, ଗୋଷ୍ଠୀ ସଂଗଠିକା ମୋନାଲିସା ପଣ୍ଡା, ଯନ୍ତ୍ରୀ ଘନଶ୍ୟାମ ସାହୁ ଓ ପ୍ରିୟଙ୍କା ଦେଓ ଙ୍କ ସମେତ “ମୁକ୍ତା’ ପ୍ରକଳ୍ପର ଅଧିକାରୀ ଓ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି।