ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିବସ ଅବସରରେ ରେଳ ଷ୍ଟେସନରେ ଝାଡୁ ମାରିଲେ ପ୍ରତାପ ଷଡ଼ଙ୍ଗୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଅବସରରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଝାରସୁଗୁଡା ରେଳ ଷ୍ଟେସନରେ ସ୍ୱଚ୍ଛଭାରତକାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ଏହି ଅବସରରେ ରେଳ ପରିସରରେ ଝାଡ଼ୁ କରି ଝାରସୁଗୁଡ଼ା ତଥା ଦେଶବାସୀଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି। ପରିବେଶକୁ ସ୍ୱଚ୍ଛ ରଖି ସୁସ୍ଥ ଜୀବନ ଜାପାନ କରିବା ସହ ଦେଶକୁ ଏକ ସମୃଦ୍ଧ ରାଷ୍ଟ୍ର କରିବା ପାଇଁ ଲୋକଙ୍କୁ ବାର୍ତ୍ତା ଦେଇଛନ୍ତି। ଏହି ଅବସରରେ ପୂର୍ବତନ ବିଧାୟକ ରାଧାରାଣୀ ପଣ୍ଡା, ନରେଶ ନାଏକ ପ୍ରମୁଖ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ।