Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
କରୋନା ସମୟରେ କିପରି ନେବେ ଆଖିର ଯତ୍ନ ? – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

କରୋନା ସମୟରେ କିପରି ନେବେ ଆଖିର ଯତ୍ନ ?

ସବୁଆଡ଼େ କରୋନା ଭୟ। କେଉଁଠି ଲକ୍‌ଡାଉନ୍‌ ତ କେଉଁଠି ସଟ୍‌ଡାଉନ୍‌। ତା ଭିତରେ କରୋନା ତା’ର ଏତେ ପ୍ରକୋପ ଦେଖାଇ ପାରି ନ ଥିଲା। ହେଲେ ଏବେ ଲକ୍‌ଡାଉନ୍ କଟକଣା କୋହଳ ହେବା ପରେ କରୋନା ତାର କାୟା ବିସ୍ତାର କରି ଚାଲିଛି। ହୁ ହୁ ହୋଇ ବଢିଗଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଏପଟେ ନା ବାହାରି ପାରିଛି ଔଷଧ ନା ଭାକ୍ସିନ। ତେଣୁ ଏପରି ପରିସ୍ଥିତିରେ ଆଗକୁ ଆହୁରି ସଙ୍କଟର ସମୟ ଆସୁଛି। ଏଥିପାଇଁ ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ। କାରଣ ଜୁନ୍‌ ମାସ ହିଁ ସବୁଠାରୁ କଠିନ ସମୟ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।
କରୋନଠାରୁ ବଞ୍ଚିବାର ଏକମାତ୍ର ଉପାୟ ହେଉଛି ସଚେତନତା, ସତର୍କତା…

କରୋନା ସମୟରେ ଆଖି ପ୍ରତି ବି ଭୟ ରହିଛି। କାରଣ କରୋନା ଭାଇରସ ଆଖି ମାଧ୍ୟମରେ ବି ଶରୀର ଭିତରକୁ ପ୍ରବେଶ କରିବାର ଆଶଙ୍କା ରହିଛି। ଆମେରିକାର ଜନ ହପକିନ୍ସ ୟୁନିଭର୍ସିଟି ସ୍କୁଲ ଅଫ ମେଡିସିନ ପକ୍ଷରୁ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି, ଆଖିର ଏସିଇ-୨ ରିସେପ୍ଟର ମାଧ୍ୟମରେ ଏହି ଭାଇରସ ଶରୀରକୁ ପ୍ରବେଶ କରିଥାଏ। ତେଣୁ କରୋନା ସଂକ୍ରମଣ ପାଇଁ ଏହି ଏସିଇ-୨ ରିସେପ୍ଟରଗୁଡ଼ିକୁ ଗେଟ୍‌ୱେ‌ ବୋଲି କୁହାଯାଏ। ଭାଇରସ୍‌ ଏହା ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ। ଯଦିଓ ଏ ନେଇ କୌଣସି ପ୍ରମାଣ ସିଦ୍ଧ ତଥ୍ୟ ମିଳିନାହିଁ ତଥାପି କରୋନା ଭାଇରସର ଭୟ ଯେ ଆଖି ପ୍ରତି ନାହିଁ, ଏହା ଆମେ କହି ପାରିବା ନାହିଁ।
ତେଣୁ କରୋନା ସମୟରେ ଆଖିର ଯତ୍ନ ନେବା ନିହାତି ଆବଶ୍ୟକ। ଏ ସମ୍ପର୍କରେ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‌ କଲେଜ ଆଣ୍ଡ ହସସ୍ପିଟାଲର ଚକ୍ଷୁ ବିଶେଷଜ୍ଞ କ’ଣ କହନ୍ତି ଆସନ୍ତୁ ଜାଣିବା….

ବର୍ତ୍ତମାନର ପରିସ୍ଥିତିରେ ଆମର ଆଖିକୁ କନ୍‌‌ଜକ୍ଟିଭିଟି, ଆଖିକଳା ଡୋଳରେ ଇନ୍‌ଫେକ୍ସନ, ଆଖିର ଶୁଷ୍କତା, କରୋନେଲ ଅଲସର, ଦୃଷ୍ଟିହୀନତା ପରି ସମସ୍ୟାରୁ ରକ୍ଷା କରିବା ନିହାତି ଜରୁରୀ।
ଯଦିଓ ଆଖି ଦ୍ୱାରା କୋଭିଡ-୧୯ ସଂକ୍ରମଣ ହେବା କୌଣସି ପ୍ରମାଣ ମିଳିନାହିଁ। ତଥାପି ଏହି ମହାମାରୀ ସମୟରେ କିପରି ଆଖିକୁ ନିରାପଦ ରଖିପାରିବା ତାହା ଜାଣିବା ନିହାତି ଜରୁରୀ।*
୧-ପ୍ରଥମତଃ ହାତକୁ ଯଥା ସମ୍ଭବ ଆଖିଠାରୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ। ନିୟମିତ ବ୍ୟବଧାନରେ ହାତ ଧୋଇବା ଦ୍ୱାରା ଆମେ ସଂକ୍ରମଣଠାରୁୁ ଦୂରେଇ ରହିିପାରିବା।
ସେହିପରି ଥଣ୍ଡା ପାଣିରେ ଆଖିକୁ ମଧ୍ୟ ଧୋଇବା। ବିଶେଷ କରି ବାହାରୁ ଫେରିଲା ପରେ ନିଶ୍ଚୟ ଆଖିକୁ ଧୋଇବା। ବିଶେଷ କରି ଆଖି ଡ୍ରାଏ ହୋଇଗଲେ ବେଶି କୁଣ୍ଡାଇ ହୋଇଥାଏ। ଆମେ ଆଖି ମକଚି ଥାଉ। ଏହାଦ୍ୱାରା ଆଖିପ୍ରତି ବିପଦ ରହିଛି। କିନ୍ତୁ ବାରମ୍ବାର ଆଖି ଧୋଇବା ଦ୍ୱାରା ଆଖିର ଡ୍ରାଏନେସ୍‌ କମି ଯାଇଥାଏ ଓ ଆଖିୁ ଆଦ୍ର ରୁହେ। ଯାହାଦ୍ୱାରା ଆଖିକୁ ହାତରେ ବାରମ୍ବାର ମକଚିବାକୁ ପଡ଼ି ନ ଥାଏ।
୨-କଣ୍ଟାକ୍ଟ ଲେନ୍ସ ଯଦି ପିନ୍ଧୁଥାନ୍ତି ତେବେ ତା’ ଉପରେ ଚଷମା ପିନ୍ଧିଲେ ଭଲ। କାରଣ ଏପରି ସମୟରେ ଚଷମା ହିଁ ଆଖିକୁ ବେଶି ସୁରକ୍ଷିତ ରଖିପାରିବ। କାରଣ ଏହାକୁ ଆମେ ଚାହିଁଲେ ମଝିରେ ମଝିରେ ସଫା କରି ପାରିବା।
୩-ବୟସ୍କ ଲୋକ, ଯେଉଁମାନଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ବ୍ୟକ୍ତିଙ୍କ ପ୍ରତି ଏହି ସମୟରେ ବିଶେଷ ସଚେତନ ହେବାକୁ ପଡ଼ିବ। ଯେଉଁମାନେ ଡାଇବେଟିସ ରୋଗୀ ସେମାନଙ୍କ ପାଖରେ ସଂକ୍ରମଣର ବେଶୀ ଭୟ ରହିଥାଏ। ଏହି ରୋଗ କାରଣରୁ ଇଣ୍ଟ୍ରାକୁଲାର ଚାପ ବୃଦ୍ଧି ପାଇବା ଯୋଗୁ ସେମାନେ ସବୁଦିନ ପାଇଁ ଦୃଷ୍ଟିଶକ୍ତି ହରାଇ ପାରନ୍ତି।
୪-ଶରୀରକୁ ସୁସ୍ଥ ରଖିବା ପାଇଁ ସୁସ୍ଥ ତଥା ବାଲାନ୍ସଡ୍ ଡାଏଟ ପ୍ରତି ଧ୍ୟାନ ଦେବା ଉଚିତ। ବିଶେଷ କରି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧିକୁ ଦୃଷ୍ଟିରେ ରଖି ଖାଦ୍ୟ ଖାଆନ୍ତୁ। ଏହା ଦ୍ୱାରା କରୋନା ସହ ଲଢିବା ପାଇଁ ଶରୀରକୁ ଶକ୍ତି ମିଳିବ। ଏଥିସହିତ ଆଖି ଇନ୍‌‌ଫେକ୍ସନ, ଆଖିର ଡ୍ରାଏନେସ୍ ବୃଦ୍ଧିର ଭୟ ମଧ୍ୟ କମ୍ ରହିବ।
୫-ଯଦି କିଛି ଗୁରୁତର ଆଖି ସମସ୍ୟା ରହିଛି ଯେପରି ଗ୍ଲୁକୋମା, ରେଟିନା ସମସ୍ୟା କିମ୍ବା ସିଭିୟର ଆଇ ଡ୍ରାଏନେସ୍‌ ତେବେ ଗୋଟିଏ କଥା ନିଶ୍ଚୟ ମନେ ରଖିବେ । ଡାକ୍ତରଙ୍କ ପରାମର୍ଶ କରି ଔଷଧ କିଣି ପାଖରେ ରଖିପାରିବେ। କାରଣ ବର୍ତ୍ତମାନର ପରିସ୍ଥିତିରେ ଠିକ୍ ସମୟରେ ଯଦି ଔଷଧ ନ ମିଳେ ତେବେ ସମସ୍ୟା ଗୁରୁତର ହେବାର ଆଶଙ୍କା ରହିଛି।