ଭୁବନେଶ୍ୱରରେ ଆରମ୍ଭ ହେଲା ‘ଡ୍ରାଇଭ-ଇନ ଭ୍ୟାକ୍ସିନେସନ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଓଡ଼ିଶାର ପ୍ରଥମ ‘ଡ୍ରାଇଭ-ଇନ ଭ୍ୟାକ୍ସିନେସନ’ କାର୍ଯ୍ୟକ୍ରମ ଏସପ୍ଲାନେଡ ମଲରେ ଆରମ୍ଭ ହୋଇଛି। ୪୫ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଗାଡ଼ିରେ ଆସି ଟିକା ନେଉଛନ୍ତି। କିନ୍ତୁ ଟିକା ନେବା ପୂର୍ବରୁ ସେମାନଙ୍କୁ ବୁକିଂ କରିବାକୁ ପଡ଼ିବ। ଏହି କାର୍ଯ୍ୟକ୍ରମ ଆରମ୍ଭ ହେବାର ମାତ୍ର ୩ ଘଣ୍ଟା ମଧ୍ୟରେ ପାଖାପାଖି ୨୦୦ ଜଣ ଆସି ଟିକା ଲଗାଇଛନ୍ତି।