ଭାରତର ପ୍ରଥମ ଏଜି ସୋଲି ସୋରାବଜିଙ୍କ ପରଲୋକ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଦେଶର ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ଜାହାଙ୍ଗିର ସୋରାବଜିଙ୍କ ୯୧ ବର୍ଷ ବୟସରେ ଦେହାନ୍ତ ଘଟିଛି। ସୂଚନା ଅନୁସାରେ ସେ ଦୀର୍ଘ ଦିନ ହେଲା ସ୍ୱାସ୍ଥ୍ୟ ଜନିତ ରୋଗରେ ପୀଡ଼ିତ ଥିବା ସହ କରୋନାରେ ମଧ୍ୟ ସଂକ୍ରମିତ ଥିଲେ। ଏନେଇ ସେ ଦିଲ୍ଲୀର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଛି।

ସୋଲି ସୋରାବଜି ୧୯୫୩ ମସିହାରେ ବମ୍ବେ ହାଇକୋର୍ଟରେ ଓକିଲାତି ଅଭ୍ୟାସ କରିଥିଲେ। ୧୯୭୧ରେ ତାଙ୍କୁ ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଭାବେ ନିଯୁକ୍ତି କରାଗଲା। ପରେ ସେ ୧୯୮୯-୯୦ ମସିହା ପର୍ଯ୍ୟନ୍ତ ପ୍ରଥମ ଭାରତର ଆଟର୍ଣ୍ଣି ଜେନେରାଲ ଭାବେ ନିଯୁକ୍ତି ପାଇଥିଲେ। ପରେ ୨୦୦୪ ମସିହା ପର୍ଯ୍ୟନ୍ତ ସେ ଭାରତର ଆଟର୍ଣ୍ଣି ଜେନେରାଲ ଥିଲେ। ୨୦୦୨ ମସିହାରେ ଭାରତର ଦ୍ୱିତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ବିଭୂଷଣରେ ତାଙ୍କୁ ସମ୍ମାନିତ କରାଯାଇଥିଲା।