ଭାରତକୁ ୩୦୦ ଅକ୍ସିଜେନ କନସେନଟ୍ରେଟର ପଠାଇଲା ହଂକଂ

ନୂଆଦିଲ୍ଲୀ,ଏଜେନ୍ସି: କରୋନା ମହାମାରୀ ସହିତ ଲଢେଇ କରୁଛି ଭାରତ। ଏହି ଲଢେଇରେ ଭାରତକୁ ବଢିଛି ସହାୟତାର ହାତ। ଗୁରୁବାର ରାତିରେ ହଂକଂରୁ ୩୦୦ ଅକ୍ସିଜେନ କନସନଟ୍ରେଟର ଭାରତରେ ପହଞ୍ଚିଛି।

ହଂକଂ ଯୋଗାଇଥିବା ସାମଗ୍ରୀ ଭାରତକୁ ଚିକିତ୍ସା କ୍ଷେତ୍ରରେ ବେଶ୍ ସହାୟତା ଯୋଗାଇବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ଟୁଇଟ କରି କହିଛନ୍ତି। ବିଶ୍ୱ ସହଯୋଗ ରଣନୀତି ଆରମ୍ଭ ହୋଇଛି। ଇଣ୍ଡିଗୋ ଏୟାର ବିମାନରେ ହଂକଂରୁ ୩୦୦ ଅକ୍ସିଜେନ କନସନଟ୍ରେଟର ଓ ଅନ୍ୟାନ ମେଡିକାଲ ଉପକରଣ ଦିଲ୍ଲୀରେ ପହଞ୍ଚିଛି ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ଏହା ସହିତ ପୂର୍ବରୁ ବ୍ରିଟେନରୁ ୧୨୦ ଅକ୍ସିଜେନ କନସନଟ୍ରେଟର ଭାରତରେ ପହଞ୍ଚିଛି। ଋଷିଆ ମଧ୍ୟ ଅସ୍କିଜେନ କନସନଟ୍ରେଟର ଓ ଭେଣ୍ଟିଲେଟର ଉପକରଣ ଆଦି ଭାରତକୁ ଯୋଗାଇଛି। ଭାରତରେ ଦିନକୁ ଦିନ ଭୟଙ୍କର ରୂପ ନେଉଛି କରୋନା। ସଂକ୍ରମଣ ସହିତ ଅମ୍ଳଜାନ ଅଭାବ ଭାରତର ଚିନ୍ତା ବଢିବାରେ ଲାଗିଛି। ଭାରତରେ ଦୈନିକ ସଂକ୍ରମଣ ୪ ଲକ୍ଷ ମୁହାଁ ହୋଇଛି।