ନୂଆଦିଲ୍ଲୀ,ଏଜେନ୍ସି: ଆଜି ଭୋର ୩ଟାରେ ଚେନ୍ନାଇରେ ପ୍ରସିଦ୍ଧ ତାମିଲ ସିନେମାଟୋଗ୍ରାଫର ତଥା ନିର୍ଦ୍ଦେଶକ କେବି ଆନନ୍ଦଙ୍କ ପରଲୋକ ହୋଇଯାଇଛି। ହୃଦ ଘାତରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। କେବି ଆନନ୍ଦଙ୍କ ଦେହାନ୍ତ ଖରବ ଶୁଣି ତାମିଲ ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ଆକ୍ସନ ଓ ଥ୍ରିଲ୍ ଫିଲ୍ମ ଜଗତରେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ।
ସୂଚନା ଅନୁସାରେ ଗତକାଲି ରାତ୍ରିରେ ତାଙ୍କୁ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ଫଳରେ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କେବି ଆନନ୍ଦ ପ୍ରଥମେ ଫ୍ରିଲାନ୍ସରରେ ଫଟୋ ଜର୍ନାଲିଷ୍ଟ ଭାବେ କାମ କରିଥିଲେ। ପରେ ସେ ପ୍ରମୁଖ ଖବର କାଗଜ ପାଇଁ ମଧ୍ୟ କାମ କରିଥିଲେ। ପରେ ସେ ୯୦ ଦଶକରେ ପିସି ଶ୍ରୀରାମଙ୍କ ସହିତ ସିନେମାଟୋଗ୍ରାଫର ଜଗତକୁ ଆସିଥିଲେ।