କୁନ୍ଦୁଲି ହାଟରେ ଜନ ସଚେତନତା

କୋରାପୁଟ,ଏନ୍ଏନ୍ଏସ: ଅବିଭକ୍ତ କୋରାପୁଟ ଜିଲ୍ଲାର କୁନ୍ଦୁଲି ସାପ୍ତାହିକ ହାଟରେ କୋରାପୁଟ ନିୟନ୍ତ୍ରିତ ବଜାର କମିଟି (ଆରଏମସି)ଦ୍ୱାରା ଜନସାଧାରଣଙ୍କୁ ମହାମାରୀ କରୋନା ବିଷୟରେ ସଚେତନ କରାଯାଇଛି। ଆରଏମସିର ଭାରପ୍ରାପ୍ତ ସମ୍ପାଦକ ଅରୁଣ କୁମାର ଜେନା, ପ୍ରଫୁଲ ଦେବତା, ରାଜାରାମ ସାହୁ ପ୍ରମୁଖ କୁନ୍ଦୁଲି ହାଟରେ ମାଇକ୍ ଯୋଗେ ପ୍ରଚାର କରି ସମସ୍ତେ ମାସ୍କ ଓ ହେଣ୍ଡ୍ ଗ୍ଲୋବସ୍ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ରଖି ବେପାର ବଣିଜ କରିବାକୁ ପରାମର୍ଶ ଦେଇଥିଲେ।