କନ୍ଧମାଳ, ଏନ୍ଏନ୍ଏସ୍: କନ୍ଧମାଳ-କଳାହାଣ୍ଡି ସୀମାନ୍ତ ଅଞ୍ଚଳରେ ପୁଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏଥିରେ ଜଣେ ମହିଳା ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି। ସୂଚନା ମୁତାବକ, ସୀମାନ୍ତ ଅଞ୍ଚଳରେ ମାଓବାଦୀ ଥିବାନେଇ ପୁଲିସ ସୂଚନା ପାଇଥିଲା। ଏହାପରେ କିଛି ଏସଓଜି ଏବଂ ଡିଭିଏଫ୍ ଯବାନଙ୍କୁ ନେଇ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା । ସେଠାରେ ମାଓବାଦୀମାନେ ଲୁଟି ରହିଥିବା ସୂଚନା ପାଇ ସେମାନଙ୍କୁ ସମର୍ପଣ କରିବା ପାଇଁ କହିଥିଲା । ହେଲେ ମାଓବାଦୀମାନେ ଓଲଟା ଗୁଳି ଚାଳନା କରିଥିଲେ। ଉଭୟ ପକ୍ଷରୁ ବିନିମୟ ହୋଇଥିଲା। ଏହାପରେ ଜଣେ ମହିଳା ମାଓବାଦୀଙ୍କ ମୃତଦେହ ପାଇଥିଲେ । ଏଥିସହିତ କିଛି ମାଓ ପତ୍ରିକା ଓ ଅସ୍ତ୍ରଶସ୍ତ୍ର ପୁଲିସ ଜବତ କରିଛି ।