ଭଦ୍ରକ,ଏନ୍ଏନ୍ଏସ୍: ବେଆଇନ ଆଧାର କାର୍ଡ ପ୍ରସ୍ତୁତ ବେଳେ ପୁଲିସ ଅତର୍କିତ ଚଢ଼ଉ କରି ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ମିଲଘେରି ଗାଁରେ ବେଆଇନ ଭାବେ ଆଧାର କାର୍ଡ ପ୍ରସ୍ତୁତି ହେଉଥିବା ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ଖବରପାଇ ପୁଲିସ ଆଜି ଭୋରରେ ଅତର୍କିତ ଚଢ଼ଉ କରି ଜଣଙ୍କୁ ଗିରଫ କରିଛି। ତେବେ ଗିରଫ ବ୍ୟକ୍ତିର ପରିଚୟ ମଳିନଥିବା ବେଳ ସେଠାରୁ ଗୋଟିଏ ଲାପଟପ୍, ଗୋଟିଏ ପ୍ରିଣ୍ଟର ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି।