ମିଜୋରାମରେ ୭ଦିନ ପାଇଁ ଲକଡାଉନ୍ ଭଳି କଟକଣା

ଆଇଜଲ୍,ଏଜେନ୍ସି: ମିଜୋରାମରେ କରୋନା ସଂକ୍ରମଣ ଆଶାତୀତ ଭାବେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ଗତ ସୋମବାର ରାତିରେ ଏକ ନିର୍ଦ୍ଦେଶନାମା ଜାରି କରି ୭ଦିନ ପାଇଁ କଟକଣା ଲାଗୁ କରିଛନ୍ତି। କିନ୍ତୁ ଏହାକୁ ଲକଡାଉନ୍ ଭାବେ ଅଭିହିତ କରିନାହାନ୍ତି।  ଏହି ନିର୍ଦ୍ଦେଶନାମା ଅନୁଯାୟୀ ଆଇଜଲ୍ ପୌରାଞ୍ଚଳ ସମେତ ଅନ୍ୟ ୧୦ଟି ଜିଲ୍ଲା ମୁଖ୍ୟ ଦପ୍ତର ଅଞ୍ଚଳରେ ଜନସାଧାରଣ କଟକଣା ସମୟରେ ଘରୁ ବାହାରି ପାରିବେ ନାହିଁ। ଏହି କଟକଣା ଏପ୍ରିଲ ୨୦ ତାରିଖ ସକାଳ ୪ଟାରୁ ଆରମ୍ଭ ହୋଇ ଏପ୍ରିଲ ୨୬ତାରିଖ ସକାଳ ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ତେବେ ଆନ୍ତଃଗ୍ରାମ, ଆନ୍ତଃରାଜ୍ୟ ଚଳାଚଳ ପାଇଁ ଅନୁମତି ମିିଳିବ। ଏବେ ରାଜ୍ୟରେ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିଛି। ରାତି ୮ଟା ୩୦ମିନିଟରୁ ଭୋର୍ ୪ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।