ନୂଆଦିଲ୍ଲୀ, ଏଜେନ୍ସି: ଦେଶର ଆଜି କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଏହି ସଙ୍କଟ ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କୁ ସମ୍ବୋଧନ କରି ଭରସା ଦେଇଛନ୍ତି। ସେ କହିଛନ୍ତି କରୋନା ଉପରେ ଯେଉଁ ପଦକ୍ଷେପ ନିଆଯାଇଛି ସେଥିରେ ସ୍ଥିତିରେ ସୁଧାର ଆସିବ। ଲକଡାଉନ୍ ଶେଷ ରାସ୍ତା, ଏଥିରୁ ଆମକୁ ଦେଶକୁ ବଞ୍ଚାଇବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଲକଡାଉନର ଆଶଙ୍କା ମଧ୍ୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ରୋଜଗାର ଓ ଟିକା ଏକ ସଙ୍ଗେ ଚାଲିବ। କେବଳ ଏତିକି ନୁହେଁ ରାଜ୍ୟକୁ ଅପିଲ୍ କରିଛନ୍ତି ଯେ, ଲକଡାଉନ ପରି କଠୋର ପଦକ୍ଷେପକୁ ଶେଷ ବିକଳ୍ପ ଭାବେ ଉପଯୋଗ କରାଯାଉ। ଯଦି ସମାଜ ନିଜେ ଉଠି ଛିଡା ହେବ ତେବେ କଣ୍ଟେନମେଣ୍ଟ ଜୋନଠୁ ନେଇ ଲକଡାଉନ ପର୍ଯ୍ୟନ୍ତ କଟକଣାର ଆବଶ୍ୟକତା ନାହିଁ। ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରାଯାଇ ସ୍ଥିତିର ମୁକାବିଲା କରାଯାଉ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।