ଛତିଶଗଡ଼,ଏନ୍ଏନ୍ଏସ୍: ପୁଲିସ ଇନଫରମର ସନ୍ଦେହରେ ୨ ଜଣ ଛାତ୍ରଙ୍କୁ ବୀଭତ୍ସ ଭାବେ ଗଳା କାଟି ହତ୍ୟା କରିଛନ୍ତି ମାଓବାଦୀ। ହତ୍ୟା ପରେ ମୃତ ଦେହକୁ ଜଙ୍ଗଲରେ ଫୋପାଡ଼ି ଦେଇଥିଲେ। ଏଭଳି ଘଟଣା ଘଟିଛି ଛତିଶଗଡ଼ ସୁକୁମା ଅଞ୍ଚଳରେ। ଏନେଇ ସୂଚନା ଦେଇଛନ୍ତି ସୁକମା ଏସପି। ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।