ମସଜିଦରେ ଗର୍ଜିଲା ବନ୍ଧୁକ, ୮ ମୃତ

କାବୁଲ,ଏଜେନ୍ସି: ଆଫଗାନିସ୍ତାନର ଜଲାଲାବାଦ ସହରରେ ଥିବା ଏକ ମସଜିଦରେ ଦୁର୍ବୃତ୍ତର ଗୁଳିରେ ଗୋଟିଏ ପରିବାରର ୮ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ମୃତକଙ୍କ ମଧ୍ୟରେ ପାଞ୍ଚ ଭାଇ ଓ ତିନିଜଣ ପୁତୁରା ରହିଛନ୍ତି। ଜମିବାଡି ବିବାଦକୁ କେନ୍ଦ୍ରକରି ଏଭଳି ଘଟଣା ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ବର୍ତ୍ତମାନ ରମଦାନ ମାସ ଚାଲିଥିବାରୁ ମୃତକମାନେ ମସଜିଦକୁ ନମାଜ ପଢିବାକୁ ଆସିଥିବାବେଳେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା।