ଆଇପିଏଲ-୨୦୨୧: ଆଜି ହାଇଦ୍ରାବାଦ୍‌-କୋଲକାତା ମୁକାବିଲା

ନୂଆଦିଲ୍ଲୀ,ଏଜେନ୍ସି: ଆଇପିଏଲର ଚଳିତ ୧୪ ତମ ସଂସ୍କରଣରେ ଦୁଇଟି ରୋମାଞ୍ଚକର ମ୍ୟାଚ୍ ପରେ ଆଜି ତୃତୀୟ ମ୍ୟାଚ୍ ଖେଳାଯିବ। ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଆଜି ସନ୍ଧ୍ୟା ୭ଟା ୩୦ରେ ଚେନ୍ନାଇ ଷ୍ଟାଡିୟମ୍ ଗ୍ରାଉଣ୍ଡରେ ଖେଳାଯିବ।

ପୂର୍ବ ସିଜିନରେ କୋଲକାତା ନାଇଟ୍ ରାଇଡର୍ସ ସେତେ ଭଲ ପ୍ରଦର୍ଶନ କରିନଥିଲା ଏବଂ ସେମାନେ ଏହି ସିଜିନରୁ ଫ୍ରେଶ୍ ବ୍ୟାଙ୍ଗ୍ ଆରମ୍ଭ କରିବାକୁ ନିଶ୍ଚିତ ଭାବରେ ଲକ୍ଷ୍ୟ ରଖିବେ। କେକେଆରରେ ଶୁଭମନ ଗିଲ ଏବଂ ନୀତୀଶ ରାଣା ଟପ୍ ଅର୍ଡର ଖେଳାଳି ହୋଇଥିବାବେଳେ କାର୍ତ୍ତିକ, ମୋର୍ଗାନ ଏବଂ ରସେଲ ଲୋୟର ମିଡିଲ ଅର୍ଡରରେ ରହିପାରନ୍ତି। କୋଲକାତା ନାଇଟ ରାଇଡର୍ସର ଇୟନ୍ ମୋର୍ଗାନ୍ ଓ ସନରାଇଜର୍ସ ହାଇଦ୍ରାବାଦର ଡେଭିଡ୍ ୱାର୍ଣ୍ଣର ଅଧିନାୟକ ଭୂମିକାରେ ଅଛନ୍ତି।

ସମ୍ଭାବ୍ୟ ସନରାଇଜର୍ସ ହାଇଦ୍ରାବାଦ ଏକାଦଶ- ଡେଭିଡ୍ ୱାର୍ନର (ଅଧିନାୟକ), କେନ୍ ୱିଲିୟମସନ୍‌, ବିରାଟ ସିଂହ, ମନୀଷ ପାଣ୍ଡେ, ପ୍ରିୟମ ଗର୍ଗ, ରିଦ୍ଧିମାନ ସାହା, ଜନି ବେୟାରଷ୍ଟୋ, ଜାସନ ରୟ, ଶ୍ରୀବତ୍ସ ଗୋସ୍ୱାମୀ, ବିଜୟ ଶଙ୍କର, ମହମ୍ମଦ ନବି, କେଦାର ଯାଦବ, ଜେ ସ୍କିଟ୍‌, ଜାସନ ହୋଲ୍ଡର, ଅଭିଷେକ ଶର୍ମା, ଅବଦୁଲ ସମଦ, ଭୁବନେଶ୍ୱର କୁମାର, ରସିଦ ଖାନ୍‌, ଟି ନଟରାଜନ, ସନ୍ଦୀପ ଶର୍ମା, ଖଲିଲ ଅହମ୍ମଦ, ସିଦ୍ଧାର୍ଥ କୌଲ, ବାସିଲ ଥମ୍ପି, ଶାହବାଜ ନଦୀମ, ମୁଜିବ ଉର ରହମାନ ।

ସମ୍ଭାବ୍ୟ କୋଲକାତା ନାଇଟ ରାଇଡର୍ସ ଏକାଦଶ- ଇଅନ୍ ମୋର୍ଗାନ୍ (ଅଧିନାୟକ), ଦୀନେଶ କାର୍ତ୍ତିକ, ଶୁଭମନ ଗିଲ୍‌, ନୀତିଶ ରାଣା, ଟିମ୍ ସିଫର୍ଟ, ରିଙ୍କୁ ସିଂହ, ଆନ୍ଦ୍ରେ ରସେଲ, ସୁନିଲ ନାରାୟଣ, କୁଲଦୀପ ଯାଦବ, ଶିଭମ ମାଭି, ଲୋକି ଫର୍ଗୁସନ୍‌, ପ୍ୟାଟ୍ କମିନ୍ସ, କମଲେଶ ନାଗରକୋଟି, ସନ୍ଦୀପ ୱାରିୟ,ର୍ ପ୍ରସିଦ୍ଧ କୃଷ୍ଣ, ରାହୁଲ ତ୍ରିପାଠୀ, ବରୁଣ ଚକ୍ରବର୍ତ୍ତୀ, ସକିବ୍ ଅଲ୍ ହାସନ୍‌, ସେଲଡନ୍ ଜ୍ୟାକସନ୍‌, ବୈଭବ ଆରୋରା, ହରଭଜନ ସିଂହ, କରୁଣ ନାର‌୍ୟା, ବେନ୍ କଟିଂ, ଭେଙ୍କଟେଶ ଆର‌୍ୟ, ପବନ ନେଗି ।