ରିକ୍ସା ଚାଳକଙ୍କ ଘରେ ଭୋଜନ କଲେ ଶାହ

କୋଲକାତା: ପଶ୍ଚିମବଙ୍ଗ ବିଧାନସଭାର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ଜୋରଦାର ପ୍ରଚାର ଜାରି ରହିଛି। ଏହି ପରିପ୍ରେକ୍ଷୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଜି ୪ଟି ରୋଡ ଶୋ’ କରୁଛନ୍ତି। ହାୱଡା ଜିଲ୍ଲାର ଡୋମଜୁରରେ ରୋଡ ଶୋ’ ପାଇଁ ପହଂଚିଥିବା ଶାହ ଆଜି ଜଣେ ରିକ୍ସା ଚାଳକଙ୍କ ଘରେ ଭୋଜନ ଗ୍ରହଣ କରିଛନ୍ତି। ଉକ୍ତ ରିକ୍ସା ଚାଳକ ଜଣକ ହେଉଛନ୍ତି ବିଜେପି ସମର୍ଥକ। ଏହି ସମୟରେ ଶାହଙ୍କ ସହ ପାର୍ଟିର ଅନ୍ୟ ନେତାମାନେ ମଧ୍ୟ ଉପସ୍ଥିତ ଥିଲେ। ଶାହ ଚଟାଣରେ ବସି ପରମ୍ପରାଗତ ଅନ୍ଦାଜରେ ଖାଦ୍ୟ ଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା। ଶାହ ଏହାପୂର୍ବରୁ ମଧ୍ୟ ଅନେକ ସାଧାରଣ ବିଜେପି କାର୍ଯ୍ୟକର୍ତ୍ତା ଓ ଅନ୍ୟ ଲୋକଙ୍କ ଘରେ ଖାଇଛନ୍ତି।