ଭୋଟ୍ ଦେଇପାରିବେନି ଶଶିକଳା

ଚେନ୍ନାଇ, ଏଜେନ୍ସି: ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ତାମିଲନାଡୁ ବିଧାନସଭା ପାଇଁ ଭୋଟଗ୍ରହଣ ଅନୁଷ୍ଠିତ ହେଉଥିବାବେଳେ ଏଆଇଏଡିଏମକେ ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟଲଳିତାଙ୍କ ଘନିଷ୍ଠ ବାନ୍ଧବୀ ଶଶିକଳା ଭୋଟ ଦେଇପାରିବେନି ବୋଲି ଜଣାପଡିଛି। ଶଶିକଳାଙ୍କ ବ୍ୟତୀତ ଜୟଲଳିତାଙ୍କ ବାସଭବନ ଠିକଣାରେ ଥିବା ମୋଟ ୧୯ ଜଣ ନାମ ଭୋଟର ତାଲିକାରୁ ବାଦପଡିଥିବା ପ୍ରକାଶ। ୨୦୧୯ ଲୋକସଭା ନିର୍ବାଚନ ସମୟରେ ଶଶିକଳା ଜେଲରେ ଥିବାରୁ ଭୋଟ ଦେଇପାରିନଥିଲେ। ଲୋକ ପ୍ରତିନିଧି ଆଇନ ଅନୁଯାୟୀ କଏଦୀଙ୍କର ଭୋଟ ଦେବାର ଅଧିକାର ନାହିଁ। ତେବେ ଭୋଟର ତାଲିକା ଚୂଡାନ୍ତ ହୋଇସାରିଥିବାରୁ ବର୍ତ୍ତମାନ ଶଶିକଳାଙ୍କ ନାମ ଅନ୍ତର୍ଭୁକ୍ତ କରିବା ଅସମ୍ଭବ ବୋଲି ନିର୍ବାଚନ ଅଧିକାରୀ ସ୍ପଷ୍ଟ କରିଛନ୍ତି।