ସୀମାନ୍ତରେ ପୁଣି ବିସ୍ଫୋରଣ, ସହିଦ ଯବାନଙ୍କୁ ଉଦ୍ଧାର କରିବାକୁ ଯାଇ ପୁଣି ଜଣେ ଯବାନ୍ ଆହତ

ମାଲକାନାଗିରି,ଏନ୍ଏନ୍ଏସ୍: ଅଶାନ୍ତ ହେଉଛି ସୀମାନ୍ତ, ବଢୁଛି ଲାଲ ବାହିନୀଙ୍କ ଉତ୍ପାତ। ବିଜାପୁର ନକ୍ସଲ ହାମଲାରେ ସହିଦ ହୋଇଥିବା ଯବାନମାନଙ୍କୁ ଉଦ୍ଧାର କରିବାକୁ ପୁଣି ଜଣେ ଯବାନ୍ ଯାଇ ଗୁରୁତର ଭାବରେ ଆହତ ହୋଇଛନ୍ତି।

ଗତ କାଲି ଛତିଶଗଡ ସୁକମା-ବିଜାପୁରରେ ନକ୍ସଲ ମାନଙ୍କ ଚକ୍ରବିହ୍ୟୁରେ ଫସି ଯାଇଥିଲେ ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀ ମାନଙ୍କ କୁମ୍ବିଂ ଅପରେସନ୍ ସମୟରେ ତିନି ପଟୁ ଘେରି ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ କରିଥିଲେ ନକ୍ସଲ। ଏହି ଆକ୍ରମଣରେ ୨୩ ଯବାନ୍ ସହିତ ହୋଇଥିବା ବେଳେ ୩୧ ଜଣ ଯବାନ ଗୁରୁତର ଭାବରେ ଆହତ ହୋଇଥିଲେ। ସହିଦ ଓ ଆହତ ଯବାନ୍ ମାନଙ୍କୁ ଉଦ୍ଧାର କରିବାକୁ ଯିବା ସମୟରେ ପୁଣି ବିସ୍ଫୋରଣ ହୋଇଛି। ଟେକେଲାଗୁଡା ଜଙ୍ଗଲରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ବିଜାପୁର ସ୍ଥାନାନ୍ତରିତ କରାଯାଇଛି।

ଅନ୍ୟପଟେ ଏହି ନକ୍ସଲ ହାମଲାରେ ସୁରକ୍ଷାକର୍ମୀ ଓ ନକ୍ସଲ ଗୁଳିବିନିମୟରେ ୨୫-୩୦ ନକ୍ସଲ ମଧ୍ୟ ନିହତ ହୋଇଥିବା ଦାବି କରିଛନ୍ତି ସିଆରପିଏଫ ଡିଜି କୁଲଦିପ୍ ସିଂ।