ଚେକିଂ ଆଳରେ ଚାନ୍ଦା ଆଦାୟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବାଲେଶ୍ୱରରେ ଏମଭିଆଇ କହି ବସ୍ ଚେକିଂ ଆଳରେ ସେମାନଙ୍କ ଠାରୁ ମୋଟା ଆକାରରେ ଚାନ୍ଦା ଆଦାୟ କରୁଥିବା ଘଟଣା ଯଦି ସତ୍ୟ ହୋଇଥାଏ ତାହା ସାଂଘାତିକ । ଏହା ବିରୁଦ୍ଧରେ କଠୋର ରୁ କଠୋରତମ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭବିଷ୍ୟତରେ ଯେପରି ଅନ୍ୟ କେହି ଏଭଳି କାର୍ୟ୍ୟ କରିବା ପାଇଁ ସାହସ ନ କରିବେ ସେଥିନେଇ ଆଇନର ବ୍ୟବସ୍ଥା କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରକାଶ କରିଛନ୍ତି ।

ଅନ୍ୟ ପକ୍ଷରେ କେନ୍ଦ୍ର ସରକାରଙ୍କର ନୂଆ ଆଇନ ଲାଗୁ ହେବା ପରେ ଜୋରିମାନା କମିବା ନେଇ ପ୍ରଶ୍ନର ଉତରରେ ସେ କହିଥିଲେ ଯେ, ଏହି ଜୋରିମାନା କମାଇଥିବା ରାଜ୍ୟ ମାନଙ୍କରୁ ତଥ୍ୟ ସଂଗ୍ରହ କରାଯାଇ ତର୍ଜମା କରାଯାଉଛି । ଜୋରିମାନା କେତେ କମିବ ତାହା ରାଜ୍ୟ ସରକାର ବିଚାର ବିମର୍ଷ କରୁଛନ୍ତି । ଖୁବ୍ ଶୀଘ୍ର ଏ ସମ୍ପର୍କରେ ଘୋଷଣା କରାଯିବ ବୋଲି ଶ୍ରୀ ବେହେରା କହିଛନ୍ତି ।