ମୁମ୍ବାଇ,ଏଜେନ୍ସି: ଏନସିପି ମୁଖ୍ୟ ସରଦ ପାୱାର ଗତ କିଛିଦିନ ହେବ ପେଟ ଜନିତ ରୋଗରେ ପୀଡ଼ିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ଆଜି ସେ ହସ୍ପିଟାଲରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ସମ୍ପର୍କରେ ଏନସିପିର ମୁଖପାତ୍ର ତଥା ରାଜ୍ୟ ମନ୍ତ୍ରୀ ନବାବ ମଲ୍ଲିକ ସୂଚନା ଦେଇଛନ୍ତି।
ଏଥିସହ ଡାକ୍ତର ଶ୍ରୀ ପାୱାରଙ୍କୁ ୭ ଦିନ ପର୍ଯ୍ୟନ୍ତ ଆରାମ କରିବାକୁ ପରାମର୍ଶ ଦେଇଥିବା ମଲ୍ଲିକ କହିଛନ୍ତି। ସେ ସୁସ୍ଥ ଅନୁଭବ କଲେ ୧୫ ଦିନ ପରେ ତାଙ୍କର ପେଟରେ ଏକ ସର୍ଜରୀ କରାଯିବ।