ବଲିଉଡ କଳାକାର ତଥା ନିର୍ଦ୍ଦେଶକ ତାରିକ ଶାହଙ୍କ ପରଲୋକ

ମୁମ୍ବାଇ,ଏଜେନ୍ସି: ବଲିଉଡରେ ଜଗତରେ ଆଉ ଏକ ଦୁଃଖଦ ଖବର। ଅଭିନେତା ତଥା ନିର୍ଦ୍ଦେଶ ତାରିକ ଶାହଙ୍କ ପରଲୋକ ଘଟିଛି। ସେ ଦୀର୍ଘଦିନ ହେବ ରୋଗରେ ପୀଡ଼ିତ ଥିଲେ। ଆଜି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି। ସୂଚନା ଅନୁସାରେ ତାରିକ ଶାହ ଗତ ୨ ବର୍ଷ ହେବ କୀଡ଼ନି ରୋଗରେ ପୀଡ଼ିତ ଥିଲେ। ତାରିକ ଶାହଙ୍କ ଦେହାନ୍ତରେ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି।

ତାରିକ ଶାହଙ୍କ ଫିଲ୍ମ ‘ଜନ୍ମ କୁଣ୍ଡଳି’ ଓ ଟିଭି ଧାରାବାହିକ ‘କଡ଼ବା ସଚ୍’ ବେଶ୍ ଲୋକ ପ୍ରିୟ ହୋଇଥିଲା। ସେହିପରି ତାରିକ ଶାହାଙ୍କ ନିର୍ଦ୍ଦେଶନାରେ ହୋଇଥିବା ମୁମ୍ବାଇ ସେଣ୍ଟ୍ରାଲ, ଏହସାସ୍, ଗୁମନାମ ହେ କୋଇ ଭଳି ଫିଲ୍ମ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ଅଭିନେତା ଭାବେ ସେ ୨୨ଟି ଫିଲ୍ମ ଓ ଟିଭି ସିରିଏଲରେ କାମ କରିଛନ୍ତି। ୨୦୧୬ରେ ତାଙ୍କର ଅନ୍ତିମ ଫିଲ୍ମ ମୁମ୍ବାଇ ସେଣ୍ଟ୍ରାଲ ରିଲିଜ ହୋଇଥିଲା।