ଭୁବନେଶ୍ୱର, ଏନ ଏନ ଏସ: ପିପିଲି ଉପ ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ଏହି ଆସନରୁ ଅଜିତ୍ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିଛି। ସୂଚନାଯୋଗ୍ୟ, ଅଜିତ୍ ମଙ୍ଗରାଜ ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ ଏହି ଆସନରୁ କଂଗ୍ରେସର ପ୍ରାର୍ଥୀ ଥିଲେ। ତାଙ୍କୁ ମାତ୍ର ୯, ୮୩୦ ଖଣ୍ଡ ଭୋଟ୍ ମିଳିଥିଲା। ପ୍ରଦୀପ ମହାରଥୀ ୮୮,୫୧୮ ଖଣ୍ଡ ଭୋଟ୍ ପାଇ ବିଜୟୀ ହୋଇଥିବା ବେଳେ କଡା ଟକ୍କର ଦେଇଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କୁ ୭୨,୭୩୧ ଖଣ୍ଡ ଭୋଟ୍ ମିଳିଥିଲା।
ସେହିପରି, ଗତ ନିର୍ବାଚନରେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ବରିଷ୍ଠ ବିଜେଡି ନେତା ପ୍ରଦୀପ ମହାରଥୀଙ୍କୁ କଡା ଟକ୍କର ଦେଇଥିଲେ। ସେ ମାତ୍ର ୧୫ ହଜାର ଭୋଟ୍ରେ ପରାଜିତ ହୋଇଥିଲେ।