ଦେଶରେ ଦିନକରେ କରୋନା ସଂକ୍ରମଣ ୬୨ ହଜାର ପାର, ୩୧୨ ମୃତ

ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଲହରୀ ଭାଙ୍ଗୁଛି ସଂକ୍ରମଣ। ଦୀର୍ଘ ଦିନର ବ୍ୟବଧାନ ପରେ ଦେଶରେ ଦୈନିକ କରୋନା ସଂକ୍ରମଣ ୬୦ ହଜାର ପାର କରିଛି। ଯାହାକି ପୁଣି ଥରେ ଲୋକଙ୍କ ମନରେ ଭୟ ସଞ୍ଚାର କରିଛି। ତେବେ କରୋନାର ଏହି ଦ୍ବିତୀୟ ଲହରୀ ପ୍ରଥମ ଠାରୁ ବେଶ ଭୟଙ୍କର। ବର୍ତ୍ତମାନ ଟିକା ଆସିସାରିଥିବା ବେଳେ ସଚେତନତା ପାଇଁ ସରକାର ଲୋକଙ୍କୁ ବାରମ୍ବାର ଅପିଲ କରୁଛନ୍ତି।

ସୂଚନା ଥାଉକି, ଆଜି ଗୋଟିଏ ଦିନରେ ଦେଶରୁ ୬୨,୭୧୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୨୮,୭୩୯ ଜଣ ମେଡିକାଲରୁ ଡିସଚାର୍ଜ ସହ ୩୧୨ ଜଣ କରୋନାରେ ପ୍ରାଣ ହରାଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଦେଶରେ ୧,୧୯,୭୧,୬୨୪ ମାମଲା ରହିଥିବା ବେଳେ ୧,୧୩,୨୩,୭୬୨ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏହାସହ ସକ୍ରିୟ ମାମଲା ୪,୮୬,୩୧୦ ରହିଥିବା ବେଳେ ମୃତ୍ୟୁସଂଖ୍ୟା ୧,୬୧,୫୫୨ରେ ପହଞ୍ଚିଛି। ସରକାରୀ ତଥ୍ୟ ଅନୁସାରେ ୬,୦୨,୬୯,୭୮୨ ଲୋକଙ୍କୁ ଏବେ ସୁଦ୍ଧା ଟିକାକରଣ କରାଯାଇଛି।