କୋଲକାତା,ଏଜେନ୍ସି: ହତ୍ୟା ମାମଲାରେ ଟିଏମସି ନେତାଙ୍କୁ ଗିରଫ କଲା ଏନଆଇଏ। ସିପିଆଇଏମର ପୂର୍ବତନ ବିଧାୟକଙ୍କୁ ହତ୍ୟା ମାମଲାରେ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା। ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରିବ ଏନଆଇଏ।
ପଶ୍ଚିମବଙ୍ଗରେ ଏକ ମାମଲାରେ ତଦନ୍ତ କରୁଥିବା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ତୃଣମୂଳ କଂଗ୍ରେସ ନେତା ଛତ୍ରଧର ମାହୋତଙ୍କୁ ଗିରଫ କରିଛି।
ସେ ୨୦୦୯ ମସିହାରେ ସିପିଆଇଏମ ନେତା ପ୍ରବୀର ମାହୋତଙ୍କୁ ହତ୍ୟା କରିବା ଘଟଣାରେ ସଂପୃକ୍ତ ରହିଛି। ଏହି ଘଟଣାକୁ ନେଇ ଏନଆଇଏ ତଦନ୍ତ କରୁଥିବାବେଳେ ତଦନ୍ତ ଅଧିକାରୀଙ୍କୁ ଟିଏମସି ନେତା ଛତ୍ରଧର ମାହୋତ ସହଯୋଗ କରୁନଥିଲେ। ଏହା ପରେ ଏନଆଇଏର ଏକ ଟିମ ତାଙ୍କ ଝାରଗ୍ରାମ ସ୍ଥିତ ଘରେ ଚଢଉ କରି ଗିରଫ କରିଛି। ଗିରଫ ପରେ ତାଙ୍କୁ କୋଲକାତା ସ୍ଥିତ ଏନଆଇଏ ଅଫିସରେ ନିଆଯାଇଛି ଏହା ପରେ ତାଙ୍କୁ ଆଜି କୋର୍ଟଚାଲାଣ କରାଯିବ ବୋଲି ଜଣାପଡିଛି।