ନୂଆଦିଲ୍ଲୀ,ଏଜେନ୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ର ୭୫ ତମ ସଂସ୍କରଣକୁ ରବିବାର(ଆଜି) ସମ୍ବୋଧିତ କରିବେ। ପ୍ରତିଥର ପରି ଏଥର ମଧ୍ୟ ପୂର୍ବାହ୍ନ ୧୧ ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ।
ମନ କି ବାତର ୭୫ ତମ ସଂସ୍କରଣର ବିଷୟବସ୍ତୁ ସମ୍ପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ଲୋକଙ୍କଠାରୁ ଧାରଣା ଏବଂ ପରାମର୍ଶ ଲୋଡିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ଚଳିତ ବର୍ଷର ତୃତୀୟ ମନ କି ବାତ। ବିଭିନ୍ନ ଆକର୍ଷଣୀୟ ବିଷୟଗୁଡିକ ଚର୍ଚ୍ଚା କରିବା ସହିତ ଭାରତର ବିଭିନ୍ନ ସ୍ଥାନର ପ୍ରେରଣାଦାୟକ ଜୀବନ ଯାତ୍ରା ବିଷୟରେ ଲୋକଙ୍କୁ ଅବଗତ କରାଇବା ଏହି କାର୍ଯ୍ୟକ୍ରମର ଲକ୍ଷ।