ଗୁଜୁରାଟରେ ପ୍ରବେଶ ପାଇଁ କୋଭିଡ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ

ଗାନ୍ଧୀନଗର,ଏଜେନ୍ସି: ଗୁଜୁରାଟ ସରକାର କୋଭିଡ ସଂକ୍ରାନ୍ତୀୟ ଏକ ବଡ କଟକଣା ଜାରି କରିଛନ୍ତି। ଏଣିକି ରାଜ୍ୟକୁ ବାହାର ରାଜ୍ୟରୁ ଆସୁଥିବା ବ୍ୟକ୍ତି ବିଶେଷଙ୍କୁ କୋଭିଡ ନେଗେଟିଭ ରିପୋର୍ଟ ସାଙ୍ଗରେ ଆଣିବା ବାଧ୍ୟତାମୂଳକ କରିଛନ୍ତି ଗୁଜୁରାଟ ସରକାର। ଏହାପୂର୍ବରୁ ପଡୋଶୀ ମହାରାଷ୍ଟ୍ରରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରିଥିଲେ ଗୁଜୁରାଟ ସରକାର।
ଗୁଜୁରାଟର ପଡୋଶୀ ରାଜ୍ୟ ମହାରାଷ୍ଟ୍ର ସମେତ ଦେଶର ଅନ୍ୟ କିଛି ରାଜ୍ୟମାନଙ୍କରେ ମଧ୍ୟ କୋଭିଡ ସଂକ୍ରମଣ ହାର ବଢିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟମାନେ କଟକଣା କଡାକଡି କରିବା ଆରମ୍ଭ କରିଛନ୍ତି। ଏହି ନିୟମ ଏପ୍ରିଲ ୨ ତାରିଖରୁ ଲାଗୁ ହେବ।