କଟକ,ଏନ୍ଏନ୍ଏସ୍: କଟକ ଚାଉଳିଆଗଞ୍ଜ ଥାନା ମହାନଦୀ ବିହାର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ ଅଗ୍ନିକାଣ୍ଡ। ଆଜି ସକାଳୁ ଅଗ୍ନିକାଣ୍ଡ ଘଟି ବ୍ୟାଙ୍କର ୨ଟି ବଖରା ପୋଡ଼ିଯାଇଛି। ଏଥିସହିତ ବହୁ ଗୁରୁତ୍ୱ ପୂର୍ଣ୍ଣ କାଗଜପତ୍ର, କମ୍ପ୍ୟୁଟର ଓ ସମସ୍ତ ଆସବାବ ପତ୍ର ଜଳିଯାଇଛି। ଖବରପାଇ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ସଟ୍ ସର୍କିଟ ଯୋଗୁଁ ଏଭଳି ହୋଇଥିବା ଅନୁମାନ କରାଯାଉଛି।