Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ୟୁରିଆ ସାରର ଘୋର ଅଭାବ, ଚିନ୍ତାରେ ଚାଷୀ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ୟୁରିଆ ସାରର ଘୋର ଅଭାବ, ଚିନ୍ତାରେ ଚାଷୀ

କେନ୍ଦ୍ରାପଡା,ଏନ୍ଏନ୍ଏସ୍: ବିଳମ୍ବିତ ମୈାସୁମୀ ବର୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାରେ ଚଳିତ ବର୍ଷ କୃଷି କାର୍ଯ୍ୟ ପ୍ରଭାବିତ ହେବା ସହିତ ଫସଲ ଚାଷରେ ବିଳମ୍ବ ଦେଖାଦେଇଛି। ବହୁ ଜମି ପଡିଆ ରହିଥିବା ଦେଖିବାକୁ ମିଳିଥିବାବେଳେ ଯେତିକି ଜମିରେ ଫସଲ ରହିଛି ସେହି ଫସଲ ପାଇଁ ଆବଶ୍ୟକ ରାସାୟନିକ ସାର ନାହିିଁ। ବର୍ତ୍ତମାନ ସମୟରେ ୟୁରିଆ ଧାନ ଫସଲର ସର୍ବାଧିକ ଆବଶ୍ୟକ ହୋଇଥିବାବେଳେ ଏହା ପଞ୍ଚାୟତ କାର୍ଯ୍ୟାଳୟରେ ମିଳୁନଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛିି। ସେହିପରି ଏହି ସାରର ବ୍ୟାପକ କଳାବଜାର ଚାଲିଥିବାରୁ ନିର୍ଦ୍ଧାରିତ ଦରଠାରୁ ଅଧିକ ଦାମ ଦେଇ ଚାଷୀ ସାର କିଣିବାକୁ ବାଧ୍ୟ ହେଉଛି।

ଜିଲ୍ଲାରେ ସମୁଦାୟ ଚାଷୋପଯୋଗୀ ଜମି ୧ଲକ୍ଷ ୪୨ହଜାର୧୬୫ ହଜାର ହେକ୍ଟର ମଧ୍ୟରୁ ଚଳିତ ଖରିଫ ଋତୁରେ ୧ଲକ୍ଷ୧୭ହଜାର୫୫୪ ହଜାର ହେକ୍ଟର ଜମିରେ ଧାନ ଫସଲ ଚାଷ କରାଯାଇଥିବା କୃଷି ବିଭାଗର ସୂଚନାରୁ ଜଣାପଡିଛିି। ଚଳିତ କୃଷି ଋତୁରେ ଫସଲ ଚାଷପାଇଁ ଆବଶ୍ୟକ ପଡୁଥିବା ୟୁରିଆ ସାର ମୋଟ ୯ହଜାର୫ଶହ ମେଟ୍ରିକଟନ୍ ଯୋଗାଣ ପାଇଁ ଜିଲ୍ଲା କୃଷି ବିଭାଗ ପକ୍ଷରୁ ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା। ଏପର୍ଯ୍ୟନ୍ତ ଜିଲ୍ଲାର ଚାଷୀଙ୍କ ଚାହିଦାର ଅଧାରୁ କମ୍ ସାର ମିଳିଥିବା ଜିଲ୍ଲା ଉପକୃଷି ନିର୍ଦ୍ଦେଶକ ଶରତ ଚନ୍ଦ୍ର ଦାସ ଙ୍କଠାରୁ ସୂଚନା ମିଳିଛିି। ଆବଶ୍ୟକ ହେଉଥିବା ମ୍ୟୁରେଟ ଅଫ ପୋଟାସ ସାର ଚାହିଦାର ମାତ୍ର ଶତକଡା ୧୭ ଭାଗ ଓ ଅନ୍ୟାନ୍ୟ ମିଶ୍ରିତ ରାସାୟନିକ ସାର(ଡିଏପି ଓ ଗ୍ରୋମର) ଚାହିଦାର ଶତକଡା ୩୩ ଭାଗ ମିଳିଥିବା ଜଣାପଡିଛି। ଯାହାକି ଜିଲ୍ଲାର ଆବଶ୍ୟକତା ଦୃଷ୍ଟିରୁ ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି। ବର୍ତ୍ତମାନ ସମୟରେ ଜିଲ୍ଲାର ବ୍ଲକୱାରୀ ୟୁରିଆସାର ଚାହିଦା କେନ୍ଦ୍ରାପଡାରେ ୯ଶହ ମେଟ୍ରିକ ଟନ୍, ଡେରାବିଶରେ ୫୮୫, ମାର୍ଶାଘାଇରେ ୩୧୮, ମହାକାଳପଡାରେ ୧୨୭୦, ଗରଦପୁରରେ ୪୨୦, ପଟ୍ଟାମୁଣ୍ଡାଇରେ ୫୪୫, ଆଳିରେ ୩୧୧, ରାଜକନିକାରେ ୧୦୩୦, ରାଜନଗରରେ ୧୧୨୧ ମେଟ୍ରିକଟନ୍ ସାର ଆବଶ୍ୟକ ଥିବାବେଳେ ଏହି ପରିମାଣର ୟୁରିଆ ଜିଲ୍ଲାକୁ ଯୋଗାଣ କରାଯାଇନଥିବାରୁ ସଙ୍କଟଜନକ ପରିସ୍ଥିତି ଉପୁଜିଛି ।

ଜିଲ୍ଲାର ୧୧୪ଟି ପ୍ରାଥମିକ ସେବା ସମବାୟ ଓ ୩୧୧ଟି ପଞ୍ଜୀକୃତ ରାସାୟନିକ ସାର ବିକ୍ରୟ କେନ୍ଦ୍ର ମାଧ୍ୟମରେ ଚାଷୀଙ୍କୁ ସାର ବିକ୍ରୟ କରାଯାଉଥିବା କୃଷି ବିଭାଗ ପକ୍ଷରୁ କୁହାଯାଉଛି। ଏମାନଙ୍କ ମଧ୍ୟରୁ ବହୁ ଅସାଧୁ ବ୍ୟବସାୟୀ କୃଷି ଅଧିକାରୀ ଓ କର୍ମଚାରୀମାନଙ୍କୁ ହାତକରି ୟୁରିଆ ସାର ମହଜୁଦ କରିବା ସହ କୁତ୍ରିମ ଅଭାବ ସୃଷ୍ଟିକରି ଏହି ସାରକୁ ମନଇଛା ଦରରେ ଚାଷୀଙ୍କୁ ବିକ୍ରୟ କରୁଥିବା ଅଭିଯୋଗ ହେଉଛି। ୟୁରିଆ ସାର ବସ୍ତାପ୍ରତି ୨୬୬ ଟଙ୍କାରେ ବିକ୍ରି କରିବାକୁ ସରକାରୀ ନିର୍ଦ୍ଦେଶ ରହିଥିବାବେଳେ, ଜିଲ୍ଲାର ବିଭିନ୍ନ ସ୍ଥାନରେ ଏହା ୫ଶହ ଟଙ୍କାରେ ବିକ୍ରୟ କରାଯାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଏପରିକି ଡିଏପି ଓ ଗ୍ରୋମୋର କିଣିଲେ ଯାଇ ୟୁରିଆ ସାର ଦିଆଯିବ ବୋଲି କିଛି ସାର ବେପାରୀ ଚାଷୀଙ୍କ ଉପରେ ମନମାନୀ ଚଲାଇଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ଉପକୃଷି ନିର୍ଦ୍ଦେଶକ ଶ୍ରୀ ଦାସଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ସଂପର୍କରେ ଅବଗତ ଥିବା କହିଛନ୍ତି। ତେବେ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଜରିଆରେ ରାଜ୍ୟ କୃଷି ନିର୍ଦ୍ଦେଶକଙ୍କୁ ୨ହଜାର ମେଟ୍ରିକଟନ ସାର ଦେବାକୁ ଅନୁରୋଧ କରାଯାଇଛି। ସେ ଭଦ୍ରକ ଓ କଟକରୁ ଏହି ସାର ପ୍ରଦାନ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି। ଦୁଇ ଚାରିଦିନ ମଧ୍ୟରେ ଜିଲ୍ଲାକୁ ଆବଶ୍ୟକ ସାର ମିଳିିଯିବ ବୋଲି ଶ୍ରୀ ଦାସ ଆଶା ପ୍ରକାଶ କରିଛନ୍ତି। ସାର କଳାବଜାରି ଓ ମହଜୁୁଦକରଣ ରୋକିବାକୁ ଜିଲ୍ଲାରେ ୩୫ଟି ସ୍କ୍ୱାର୍ଡ ଗଠନ କରାଯାଇଥିବା ନେଇ ସେ ସୂଚନା ପ୍ରଦାନ କରିବା ସହ ଏଥିରେ ତହସିଲଦାରଙ୍କୁ ସାମିଲ କରାଯାଇଥିବା କହିଛନ୍ତି। ଆବଶ୍ୟକତା ଅନୁସାରେ ସାର ଯୋଗାଣ କରାନଗଲେ ଫସଲ ଉତ୍ପାଦନ ଯଥେଷ୍ଟ ହ୍ରାସ ପାଇବାର ଆଶଙ୍କା ରହିଥିବା ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘର ସାଧାରଣ ସମ୍ପାଦକ ବିଧୁଭୂଷଣ ମହାପାତ୍ର କହିଛନ୍ତି।