ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିନୋଦ ଆହତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତଛୁଆଳିବେର୍ଣା ଠାରେ ଶନିବାର ଭୋରରେ ପୁଲିସ ଏନକାଉଣ୍ଟରରେ ଜଣେ ଆହତ ହୋଇଥିବା ଜଣାଯାଇଛି । ଆହତ ଜଣକ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରସାଦ ବୋଲି ଜଣାପଡ଼ିଛି । ଏଥିରେ ବିନୋଦର ଡାହାଣ ଗୋଡ଼ରେ ଗୁଳି ବାଜିଛି । ପୁଲିସ ବିନୋଦକୁ ହସ୍ପିଟାଲରେ ଭର୍ତ୍ତି କରିଛି ।

ସୂଚନା ଅନୁସାରେ ଗତକାଲି ପୁଲିସ ଅପରାଧ ଘଟିବା ସନ୍ଦେହ କରି ଚଢ଼ଉ କରିଥିଲା। ଏହି ସମୟରେ ସୋନୁ ଘୋଷର ସହଯୋଗୀ ବିନୋଦ ପ୍ରସାଦ ବ୍ରଜରାଜନଗର ପୁଲିସ ଉପରକୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲା, ଏହାର ପ୍ରତିବାଦରେ ପୁଲିସ ପକ୍ଷରୁ ମଧ୍ୟ ଗୁଳି ଚାଳନା ହୋଇଥିବା ଝାରସୁଗୁଡ଼ା ଏସପି ସୂଚନା ଦେଇଥିଲେ। ଏଥିରେ ବିନୋଦର ଡାହାଣ ଗୋଡ଼ରେ ଗୁଳି ଲାଗିବା ସହିତ ତା’ ନିକଟରୁ ଏକ ବନ୍ଧୁକ ଜବତ ହୋଇଛି। ସେହିପରି ପୂର୍ବରୁ ବିନୋଦ ପ୍ରସାଦ ନାମରେ ଥାନାରେ ଅନେକ ଅପରାଧିକ ମାମଲା ରୁଜୁ ଥିବା ଜଣାଯାଇଛି।