ଚୋରା ଗଞ୍ଜେଇ ଚାଲାଣ: ୬ ଗିରଫ

ଖଜୁରିପଡ଼ା,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବଜାରରେ ମଙ୍ଗଳବାର ରାତିରେ ବସ୍ କୁ ଅପେକ୍ଷା କରି ରହିଥିବା ଜଣେ ମହିଳା ଓ ୫ ଜଣ ବ୍ୟକ୍ତିଙ୍କ ଠାରୁ ଖଜୁରିପଡ଼ା ପୁଲିସ୍ ୩୮ କେଜି ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ ପୁରୀ ଜିଲ୍ଲା ଡେଲାଙ୍ଗ ଅଞ୍ଚଳର ବିଜୟ କୁମାର ସାହୁ, ଗଣେଶ ବେହେରା ଓ ଗୋଛାପଡ଼ା ଥାନା ଅନ୍ତର୍ଗତ କୋମତନା ଗ୍ରାମର ପ୍ରଭାତ କହଁର, ସଦରଥାନା ଅନ୍ତର୍ଗତ ଅରାପାଜୁ ଗ୍ରାମର ନନ୍ଦନ ଦିଗାଲ, କଟ୍ରିଙ୍ଗିଆ ଗ୍ରାମର ମହିଳା ଭାନୁମତି ସାହାଣୀ ଓ ଗୋଛାପଡ଼ା ଗଞ୍ଜୁପଦର ଗ୍ରାମର ରାନୁ ସେଠୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମାକାନ୍ତ ପାତ୍ର ସୂଚନା ଦେଇଛନ୍ତି। ତହସିଲ୍ଦାର ତଥା ମାଜିଷ୍ଟ୍ରେଟ୍ ସ୍ୱପ୍ନିତା ନାୟକଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କରାଯିବା ସହିତ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ତେବେ ଦୀର୍ଘଦିନ ହେଲା ସେମାନେ ଏଭଳି ଭାବେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।