ଫେରିଲା କଟକଣା, ଏପ୍ରିଲ ମାସ ପାଇଁ କେନ୍ଦ୍ରର ଗାଇଡଲାଇନ

ନୂଆଦିଲ୍ଲୀ,ଏଜେନ୍ସି: ଏପ୍ରିଲ ମାସ ପାଇଁ କେନ୍ଦ୍ର ପକ୍ଷରୁ କୋଭିଡ ଗାଇଡଲାଇନ ଜାରି ହୋଇଛି।
ଟେଷ୍ଟ, ଟ୍ରାକ୍ ଓ ଟ୍ରିଟ୍ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ହୋଇଛି। ୭୦ ପ୍ରତିଶତରୁ ଅଧିକ ଆରଟିପିସି ଟେଷ୍ଟ କରିବାକୁ କେନ୍ଦ୍ର ପକ୍ଷରୁ ନିର୍ଦ୍ଦେଶ ହୋଇଛି। ନୂଆ ପଜିଟିଭ କେଶକୁ ଟ୍ରାକ୍ କରି ଆଇସୋଲେଟ କରିବାକୁ କୁହାଯାଇଛି। ଗାଇଡଲାଇନକୁ କଡାକଡି କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ରାଜ୍ୟ ଭିତର ଓ ବାହାର ଯାତାୟତ ଉପରେ ମଧ୍ୟ କଟକଣା ହୋଇଛି। ଏସଓପି ମାନି ଶିକ୍ଷାନୁଷ୍ଠାନ, ହୋଟେଲ, ରେସ୍ତୋରାଂ ଏବଂ ମଲ ଚାଲି ପାରିବ।