ତିନି ଲକ୍ଷ ଟଙ୍କାର ସାମଗ୍ରୀ ଜବତ, ୩ ଗିରଫ

ସଇଁନ୍ତଳା,ଏନ୍ଏନ୍ଏସ୍: ଏକ ଡକାୟତି ଘଟଣାରେ ଲୋଇସିଂହା ପୁଲିସ ଆଜି ବଲାଙ୍ଗିରରୁ ତିନି ଜଣଙ୍କୁ ଗିରଫ କରିବା ସହ ମାମଲା ରୁଜୁକରି କୋର୍ଟଚାଲାଣ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ପ୍ରାୟ ତିନି ଲକ୍ଷ ଟଙ୍କାର ତମ୍ବା ତାର, ମହିନ୍ଦ୍ରା ଗାଡି, ନଗଦ ତିନି ହଜାର ଟଙ୍କା ଓ ଘଟଣାରେ ବ୍ୟବହୃତ ମାରଣାସ୍ତ୍ର ଜବତ କରିଛି । ଗିରଫ ତିନି ଜଣ ବଲାଙ୍ଗିର ମାଲଗୁଦାମ ପଡାର ଶଙ୍କର କୁମ୍ଭାର(୨୪), ପ୍ୟାଲେସ ଲାଇନର ଧର୍ମେନ୍ଦ୍ର ସିଂ(୨୫) ଓ ଶୁଦ ପଡାର ରବି ନାରାୟଣ ସାହୁ(୩୫) ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି।