ଝାରସୁଗୁଡ଼ା: ବେଲପାହାଡ଼ ମୁଚବାହାଲ ନିକଟରେ ବାଇକ୍ ଦୁର୍ଘଟଣାରେ ରବିବାର ସନ୍ଧ୍ୟାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତି ଜଣକ ଗୁମାଡେରାର ବିଶ୍ୱଜିତ ଠାକୁର (୫୧) ବୋଲି ବେଲପାହାଡ ପୁଲିସ ସୂଚନା ଦେଇଛି। ବିଶ୍ୱଜିତ ବରଗଡରୁ ନିଜ ଭାଇସହ ବାଇକରେ ଗୁମାଡେରାକୁ ଆସୁଥିବା ବେଳେ ମୁଚବାହାଲରେ ଏକ ଗାଈ ସହ ତାଙ୍କର ଧକ୍କା ହୋଇଥିଲା। ଫଳରେ ଉଭୟେ ତଳେ ପଡିଯାଇଥିଲେ । ଏଥିରେ ବିଶ୍ୱଜିତଙ୍କ ମୁଣ୍ଡ ଫାଟି ଯାଇଥିବାବେଳେ ତାଙ୍କ ଭାଇ ସାମାନ୍ୟ ଆହତ ହୋଇଥିଲେ। ଉଭୟଙ୍କୁ ଆମ୍ବୁଲାନ୍ସ ଯୋଗେ ଟିଆରଏଲ ଡାକ୍ତରଖାନାକୁ ଆଣାଯାଇଥିଲା। ସେଠାରେ ଡାକ୍ତର ବିଶ୍ୱଜିତଙ୍କୁ ମୃତ ଘୋଷଣା କରିଛନ୍ତି। ଅନ୍ୟପଟେ ବେଲପାହାଡ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବାସହ ମୃତଦେହକୁ ଉଦ୍ଧାର କରିଛି।