ଆସାମ: ଆସାମ ବିଧାନସଭା ନିର୍ବାଚନ ଲାଗି ସବୁ ଦଳ ଜୋରସୋରରେ ପ୍ରଚାର ଜାରି ରଖିଛି। ଏହି ପରିପ୍ରେକ୍ଷୀରେ ଆସାମର ଚବୁଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାବାବେଗପୂର୍ଣ୍ଣ ନିବେଦନ କରି କହିଛନ୍ତି ଯେ, ଜଣେ ଚା’ବାଲା ଆପଣଙ୍କ ଦୁଃଖ ବୁଝିବନି ତ କିଏ ବୁଝିବ। ଏନଡିଏ ସରକାର ଚା’ ବଗିଚାରେ କାମ କରୁଥିବା ଶ୍ରମିକଙ୍କ ଜୀବନରେ ସୁଧାର ଆଣିବ ବୋଲି ମୁଁ ଆପଣଙ୍କୁ ଆଶ୍ୱସ୍ତି ପ୍ରଦାନ କରୁଛି।
ପିଏମ ମୋଦୀ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଯେ, ଯେଉଁମାନେ ଆସାମାର ସଂସ୍କୃତି ପାଇଁ ବିପଦ ସୃଷ୍ଟି କରିପାରନ୍ତି କଂଗ୍ରେସ ସେମାନଙ୍କ ସହ ହାତ ମିଳାଇଛି। ଆସାମର ପ୍ରତ୍ୟେକ ଅଂଶର ବିକାଶ ବିଜେପି ସରକାରର ପ୍ରାଥମିକତା। ରାଜ୍ୟର ସଂସ୍କୃତିକୁ ସୁରକ୍ଷିତ ରଖିବା ଲାଗି ବିଜେପି ସଙ୍କଳ୍ପବଦ୍ଧ।