ବସ୍ ଷ୍ଟାଣ୍ଡରେ ଥିବା ଏକ ଦୋକାନରୁ ପ୍ଲାଷ୍ଟିକ ଅଣ୍ଡା ମିଳିଥିବା ଅଭିଯୋଗ

ମାଲକାନଗିରି,ଏନ୍ଏନ୍ଏସ୍: ରାଜ୍ୟରେ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଆଜି ମାଲକାନଗିରି ଜିଲ୍ଲା ସଦର ମହକୁମାରେ ମଧ୍ୟ ପ୍ଲାଷ୍ଟିକ ଅଣ୍ଡାକୁ ନେଇ ଲୋକଙ୍କ ମନରେ ଆତଙ୍କ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ମାଲକାନଗିରି ସହରର ହାଇଟେକ୍‌ କଲୋନୀର ଦିଗାମ୍ବର ବେହେରା ନାମକ ବ୍ୟକ୍ତି ବଜାରରୁ ଅଣ୍ଡା କିଣି ଆମଲେଟ କରିବା ପାଇଁ ଫୁଟାଇଥିଲେ

ପ୍ରାୟ ୨ ଟି ଅଣ୍ଡା ଫଟାଇବା ପରେ ଅନ୍ୟ ଏକ ଅଣ୍ଡା ଫଟାଇବାରୁ ତାହା ଫାଟିନଥିଲା। ପରେ ତାହା ଛଡ଼ାଇବାକୁ ଚେଷ୍ଟା କରିବାରୁ ସେଥିରେ ପ୍ଲାଷ୍ଟିକ ଆବରଣ ଦେଖିବାକୁ ପାଇଥିଲେ। ଏହି ଅଣ୍ଡା ସାଧାରଣ ଅଣ୍ଡା ଠାରୁ ଗୋଲ ଦେଖାଯାଉଛି। ଅଣ୍ଡାକୁ ଫଟାଇବା ପରେ ସେଥିରୁ ପ୍ଲାଷ୍ଟିକ୍‌ର ଆବରଣ ଦେଖି ସେ ଆଶ୍ଚର୍ଯ୍ୟ ହୋଇଥିଲେ। ଅଣ୍ଡାର ଆବରଣ କେଶର ମଧ୍ୟ ନ ଫାଟି ଝୁଲି ରହୁଥିବା ଦେଖାଯାଇଛି। ସେହିପରି ଅଣ୍ଡାଟିକୁ ପୋଡ଼ିବା ପରେ ଏଥିରୁ ପ୍ଲାଷ୍ଟିକ ଗନ୍ଧ ହେଉଥିଲା। ଏହି ଘଟଣା ପ୍ରଘଟ ହେବା ପରେ ସାଧାରଣ ଲୋକେ ଆତଙ୍କ ଦେଖାଦେଇଛି।

ଆଜି ବସଷ୍ଟାଣ୍ଡ ନିକଟରେ ଥିବା ଏକ ଦୋକାନରୁ ପ୍ଲାଷ୍ଟିକ ଅଣ୍ଡା ମିଳିଥିବା ଅଭିଯୋଗ । ଗତକାଲି ମଧ୍ୟ ମାଲକାନଗିରି ରେ ପ୍ଲାଷ୍ଟିକ ଅଣ୍ଡା ମିଳିଥିବା ଅଭିଯୋଗ ହୋଇଥିଲା।